Breaking News

ପିଡିଏସ ଚାଉଳ ଅନଲୋଡକୁ ନେଇ ସୋସୋ ପଞ୍ଚାୟତରେ ଉତ୍ତେଜନା

ହାଟଡିହି---- ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ଚାଲିଥିବା ଗଣଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଥିବାବେଳେ ପଞ୍ଚାୟତକୁ ଯାଇଥିବା ପିଡିଏସ ଚାଉଳକୁ ଆନ୍ଦୋଳନକାରୀ ମାନେ ଅନଲୋଡ କରାଇ ନ ଦେଇ ଫେରାଇ ଦେଇଛନ୍ତି । ଏହାକୁନେଇ ପଞ୍ଚାୟତ କାର୍ଯ୍ୟାଳୟରେ କିଛିସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସୋସୋ ପୁଲିସ ପହଞ୍ଚି ଧାରଣାରତ ୱାର୍ଡସଭ୍ୟ ସଭ୍ୟା ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା  ।  ଖବରରୁ ଜଣାଯାଇଛି ଯେ  ୬ଦଫା ଦାବିନେଇ  ୱାର୍ଡସଭ୍ୟ ନରୋତ୍ତମ ରାଉତ, ବିଶ୍ୱନାଥ ମାଝୀ, ଜୟନ୍ତୀ ଭୂୟାଁ, ଜଗନ୍ନାଥ ବାରିକ, ସୁଲୋଚନା ହାତୀ, ନିରୁପମା ଖମାରୀଙ୍କ ସହିତ  ବିଶ୍ୱନାଥ ରାଉତ, ମନୋରମା ରାଉତ, ପ୍ରୀୟଲକ୍ଷ୍ମୀ ରାଉତ, ଜ୍ୟୋତିରଞ୍ଜନ ରାଉତ,ପ୍ରଣବ ମହାନ୍ତି, ଅନାଦି ସିଂହ, ଚିତ୍ତରଞ୍ଜନ ରାଉତ, ଅସାନ୍ତି ଦୋରା, ବିଶ୍ୱଜିତ ରାଉତଙ୍କ ସମେତ ଅନେକ ଗ୍ରାମବାସୀ ପଞ୍ଚାୟତ ସମ୍ମୁଖରେ ଗତକାଲି ଠାରୁ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ଅନୁଯାଇ ସୋସୋ ପଞ୍ଚାୟତରେ ହୋଇଥିବା ଅନିୟମିତତାର ଭିଜିଲାନସ ତଦନ୍ତ ଦାବି କରାଯାଉ । ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ବହିସ୍କାର କରାଯାଉ । ସୋସୋ ପଞ୍ଚାୟତର ସ୍ୱାଗତମ ତୋରଣ ର୍ନିର୍ମଣ କରାଯାଉ, ନୁତନ ଭାବେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତାର ସମ୍ପୁର୍ଣ୍ଣ ପାଉଣାକୁ ପ୍ରଦାନ କରାଯାଉ, ସୋସୋ ପଞ୍ଚାୟତର ସରକାରୀ ଅନୁଦାନ ହରିଲୁଟ ଅର୍ଥକୁ ପଞ୍ଚାୟତ ଖାତାକୁ ପୁର୍ନବାର ଫେରସ୍ତ ଅଣାଯାଉ ଆଦି ଦାବିକରି ଧାରଣାରେ ବସିରହିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ 

Blog Archive

Popular Posts