Breaking News

ଜମି ଛାଡିଲେ; ପାନୀୟ ଜଳ ମେଗା ପ୍ରକଳ୍ପ ହେଲା , ମାତ୍ର ପାଣି ମିଳିଲା ନାହିଁ


ସାକ୍ଷୀଗୋପାଳ ---  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଚର ଜମି ଉପରେ ରାଜ୍ୟ ସରକାର ଏକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ପ୍ରକଳ୍ପ କରିଲେ  । ସେଥିପାଇଁ ପଞ୍ଚାୟତର ଅଧିବାସୀ ମାନେ ବିରୋଧ ନ କରି ପ୍ରକଳ୍ପ କାର୍ଯ୍ୟକୁ ସମର୍ଥନ କରି ଚାଲିଲେ  ।   ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବିଭିନ୍ନ ପଞ୍ଚାୟତର ପ୍ରାୟ  ୫୦ଟି ଗ୍ରାମର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ।  ମାତ୍ର  ବଳପୁର ଗ୍ରାମ ପଞ୍ଚାୟତର ଅଧିବାସୀ ମାନେ ଜମି ଦେଇ ଏବେ ସେହି ପ୍ରକଳ୍ପର ଠାରୁ ଦୁରରେ ରହିଛନ୍ତି । ଏପରିକି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ମାନ ହୋଇଥିବା ଜଣାପଡିଛି । ଏହି ପାନୀୟ ଜଳ ପ୍ରକ୍ଳପ ପାଇଁ ବଳପୁର ପଞ୍ଚାୟତର ବିଭୁତି ବାଟିକାର ଖାତା ନଂ ୧୫୬୬ ପ୍ଳଟନଂ ୬୩୩ ମୋଟ ରକବା ୭ ଏକର ୭୭ ଡିସିମିଲି ସମଧରୁ ୨ ଏକର ୫୦ ଡିସିମିଲି ଜମିକୁ ଉକ୍ତ ପ୍ରକଳ୍ପ ପାଇଁ ଦିଆଯାଇଛି ।  ସେମାନେ ଭାବିଥିଲେ ଯେ ଉକ୍ତ ପ୍ରକଳ୍ପଟି ହେଲେ ସେମାନଙ୍କର ଲାଗି ରହିଥିବା ପାନୀୟ ଜଳ ସମସ୍ୟା ସବୁଦିନ ପାଇଁ ଦୁର ହୋଇଯିବ  । ମାତ୍ର ଗ୍ରାମବାସୀ ମାନଙ୍କର ଆଶା ସମ୍ପର୍ଣ୍ଣ ଭାବେ ମଉଳି ଯାଇଛି । ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପ୍ରକାଶ ପାଇଛି । ଆନନ୍ଦପୁର, କୁସୁମେଶ୍ୱର, ବଳପୁରୁ, ବାଇଁଣିବାଡି, ତୋରାଣିଆ, ସାରଙ୍ଗଯୋଡି, ବଁପାଳ, ଦ୍ୱଜାମଣ୍ଡାଇ,  ବାଘୁଆ, ବିଷ୍ଠୁପୁର, ରାୟଚକ୍ରଧରପୁର, ମଠସାହି,ପଥୁରିଆ ସାହି, ବେହେରାସାହି, ପଣ୍ଡାସାହି, ଦଳିତବସ୍ତି,  ମାଳସାହି ଆଦି ଗ୍ରାମର ୧୦ ହଜାର ଲୋକମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ ବୋଲି ବଳପୁର ସରପଞ୍ଚ ତ୍ରିପାଥ ମହାପାତ୍ର କହିଛନ୍ତି ।  । ଏ ସମ୍ପର୍କରେ ଗ୍ରାମର ଶତାଧିକ ଲୋକଙ୍କର ସ୍ୱାକ୍ଷର ଥାଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ବିଧାୟକ, ଜିଲ୍ଲପ।।ଳଙ୍କୁ ଜଣାଇଛନ୍ତି । ଯଦି ୧୫ ଦିନ ମଧ୍ୟରେ ଉକ୍ତ ଗ୍ରାମକୁ ପାଇପି ବିଛଇବା ସହ ପାନୀୟ ଜଳ ଯୋଗାଣ ନ ହୁଏ ତା ହେଲେ ଗ୍ରାମବାସୀ ମାନେ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ସରପଞ୍ଚ ଶ୍ରୀ ମହାପାତ୍ର କହିଛନ୍ତି । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts