ଅଁଳାନବମୀ ଯାତ୍ରାରେ ସତ୍ୟବାଦୀ ବ୍ଳକରେ ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାର ସତ୍ୟବାଦୀରେ ସବୁଠାରୁ ବଡ ପର୍ବ ଅଁଳାନବମୀ । ସେ ଦିନ ସ୍ଥାନୀୟ ସରକାରୀ କାର୍ଯ୍ୟାଳୟ , ଶିକ୍ଷା ଅନୁଷ୍ଠାନ ଗୁଡିକ ଛୁଟି କରାଯାଇଥାଏ । ମାତ୍ର ଏ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ମାନେ ପରୀକ୍ଷା ଦେବେ ବୋଲି ପ୍ରାଥମିକ ଶିକ୍ଷା ବିଭାଗ କରିଥିବା ଚିଠିରୁ ଜଣାପଡିଛି । ରାଜ୍ୟ ସକରାରଙ୍କ ନୂତନ ଆଇନ ଅନୁଯାୟୀ ଗୋଟିଏ ପ୍ରଶ୍ନ ପତ୍ର ଗୋଟିଏ ଦିନ ଓଡିଶା ସାରା ପରୀକ୍ଷା କରାଯିବ ବୋଲି ସରକାରଙ୍କ ନିୟମ ରହିଛି । ଏହି ନିୟମ ଅନୁଯାୟୀ ପରୀକ୍ଷା କରାଯିବ । ପ୍ରଥମରୁ ଚିଠି ଆସିଥିଲା ୨୯ ତାରିଖରୁ ଆରମ୍ଭ ହୋଇ ୨ ତାରିଖରେ ସରିବାରଥିଲା । ମାତ୍ର କେତେକ କାରଣ ନେଇ ତାରିଖ ପରିବର୍ତ୍ତନ କରାଯାଇ ୧/୧୧/୧୯ ରୁ ଆରମ୍ଭ ହୋଇ ୬/୧୧/୧୯ରେ ଶେଷ ହେବ । ଏବେ ବିଦ୍ୟାଳୟର ଶିକ୍ଷକ ଓ ପିଲା ମାନଙ୍କ ସହ ଅଭିଭାବକ ମାନଙ୍କର ମୁଣ୍ଡ ବିନ୍ଦା ଆରମ୍ଭ ହୋଇଯାଇଛି । ଏ ଦିଗପ୍ରତି ଜିଲ୍ଲାପାଳ ତୁରନ୍ତ ନଜର ଦେବାକ ଦାବି ହୋଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି