Breaking News

ଅଁଳାନବମୀ ଯାତ୍ରା ପାଇଁ ; ସେବାୟତ ସଂଘ ସହିତ ପ୍ରଶାସନର ଆଲେଚନା ସଫଳ

ସାକ୍ଷୀଗୋପାଳ-------  ପୁରୀ ଜିଲ୍ଲାର ଦ୍ୱିତୀୟ ଗଣପର୍ବ ସାକ୍ଷୀଗୋପିନାଥଙ୍କର ଅଁଳାନବମୀ ଯଥା ଶ୍ରୀ ରାଧା ପାଦା ଦର୍ଶନ ଯାତ୍ରା ୫ ତାରିଖ ଦିନ ଅନୁଷ୍ଠିତ ହେବ  । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ ଯାତ୍ରାକୁ କିପରି  ସରସ ସୁନ୍ଦର କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅଧିକାରୀ ମାନଙ୍କୁ ନେଇ ଦୁଇ ଦୁଇଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେମାୟତ ସଂଘ କେତେକ କାରଣକୁ ନେଇ ଅନୁପସ୍ଥିତ ରହିଥିଲେ  । ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାଙ୍କ ନି୍େର୍ଦଶକ୍ରମେ ବୁଧବାର ସଂଧ୍ୟାରେ ସେବାୟତ ସଂଘ ସହିତ ପ୍ରଶାସନର ଅଧିକାରୀ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେବାୟତ ସଂଘର ଦାବୀ ଗୁଡିକ ପ୍ରଶାସନ ଗ୍ରହଣ କରିଛି । ଏଣୁ ସେବାୟତ ସଂଘ ସମ୍ପୁର୍ଣ୍ଣ ଭାବେ ପ୍ରଶାସନକୁ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କୌଳାଶ ଚନ୍ଦ୍ର ମିଶ୍ରଙ୍କ ଠାରୁ ପ୍ରକାଶ  । ଏହି ବୈଠକରେ ଏସଡିପିଓ ଦେବଦତ୍ତ ବରାଳ, ତହସିଲଦାର କସ୍ତୁରୀ ପ୍ରଧାନ, ବିଡିସ ସରୋଜ କୁମାର ଦତ୍ତ, ସତ୍ୟବାଦୀ ଥାନା ଆଇଆଇସି ଶକୁନ୍ତଳା ପତି, ଅତିରିକ୍ତ ତହସିଲଦାର ଉଲ୍ଲାସ କୁମାର ସେଠୀ ଓ ସେବାୟତ ସଂଘର ସଭାପତି ବିଜୟ କୁମାର ମହାପାତ୍ର ଓ ସମ୍ପାଦକ ଦିବାକର ମହାପାତ୍ରଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଏହି ବୈଠକରେ ଉପସ୍ଥିତ ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts