ଟ୍ରକ ଧକାରେ ପୂର୍ବତନ ସରପଞ୍ଚ ରଘୁନାଥ ଜେନାଙ୍କ ର ମୃତ୍ୟୁ
ବରୀ----- ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୀ ମାଉଣ୍ଟ ମୁଖ୍ୟ ବଜାର ଠାରେ ଟ୍ରକ ଧକାରେ ଅରଙ୍ଗାବାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଘୁନାଥ ଜେନାଙ୍କ ର ମୃତ୍ୟୁ ଘଟିଛି । ମୃତ୍ୟୁ ଘଟଣା ପ୍ରଚାରିତ ହେବାପରେ ଶହଶହ ସଂଖ୍ୟାରେ ଲୋକମାନେ ରୁଣ୍ଡ ହୋଇ ମୁତଦେହକୁ ରାସ୍ତା ଉପରେ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଦୀର୍ଘ ୫ ଘଣ୍ଟା ଧରି ବରୀ -ବାରୁହାଁ ରାସ୍ତା ବନ୍ଦ ରହିଥିଲା । ଖବର ପାଇ ବରୀ ଆଇ ଆଇ ସି , ଓ ତାହସିଲଦାର ଘଟଣାସ୍ଥଳଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିଥିଲେ । ଆନ୍ଦୋଳନ କରିମାନେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଜିଦଧରି ବସିରହିଥିଲେ । ଯାହାଫଳରେ କି ୫ଘଣ୍ଟା ପରେ ଯାଜପୁର ଏସଡିପିଓ ଓ ଅତିରିକ୍ତ ଆରକ୍ଷୀ ଅଧିକାରୀ ଆସି ଆନ୍ଦୋଳନ କାରୀଙ୍କୁ ବୁଝାବୁଝି କରିବା ସହିତ ତହସିଲଦାର ,ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ , ସ୍ଥାନିୟ ସରପଞ୍ଚ ଆନ୍ଦୋଅଳ କାରୀଙ୍କ ସହ ଆଲୋଚନା କରି ରେଡ଼କ୍ରସ ପାଣ୍ଠିରୁ 10ହଜାର ,ହରିଶ୍ଚନ୍ଦ୍ର ଯୋଜନରୁ 2ହଜାର ଟଙ୍କା ଦେବାସହ ସମସ୍ତ ପ୍ରକାର ଆଇନି ସହାୟତା ଯୋଗାଇବାର ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।