Breaking News

ଟ୍ରକ ଧକ୍କାରେ ସ୍କୁଟି ଚାଳକ ଗୁରୁତର

    ଅତାବିରା ----- ଟ୍ରକ ଧକ୍କାରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି ।  ବରଗଡ଼ ଜିଲ୍ଲା ଅତାବିରା ବିଜୟା ବ୍ୟାଙ୍କ ତଥା ପୁରୁଣା ସିନେମା ହଲ ସାମ୍ନା ରାସ୍ତା ଏବେବି ଅସମ୍ପୂର୍ଣ୍ଣ  ହୋଇ ପଡ଼ିରହିଛି ।  ବେନିୟମ ଡାଇଭରସନ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଅତାବିରା ଅଞ୍ଚଳରେ ବାରମ୍ବାର  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ଗୁଡିକ ଘଟୁଥିବାର ଲୋକମାନେ କହନ୍ତି। ଅତାବିରା ଅଞ୍ଚଳଟି କୃଷି ତଥା ଆଦିବାସୀ ଜନ ବହୁଲ ଅଞ୍ଚଳ ଭାବେ ପରିଚିତ ।   ଏଠାରେ ଟ୍ରାଫିକ ସମସ୍ୟା ଲାଗି ରହି ପ୍ରଶାସନର ଅବହେଳା ଯୋଗୁଁ ଏପରି କାଣ୍ଡ ଘଟୁଛି । ଯେଉଁ ୧୧୦୯ ଟ୍ରକ ଟି ଦୁର୍ଘଟଣା ଘଟାଇଛି  ଉକ୍ତ ଗାଡିର ଇନ୍ସୁରେନ୍ସ ଫିଟନେସ ନ ଥିବାର ଜଣେ ପୋଲିସ ଅଧିକାରୀ କହିଛନ୍ତି । ହେଲେ ଏମାନଙ୍କୁ କେମିତି  ଯାଞ୍ଚ ହେଉନାହିଁ ଓ ମଟର ସାଇକେଲ ଧରି ଘରୁ ବାହାରିଲେ ଯାଞ୍ଚ କରାଯାଉଛି ବୋଲି ଲୋକମାନେ କହନ୍ତି ।  ଟ୍ରକଟି ସମ୍ବଲପୁର ବରଗଡ଼ ରାସ୍ତା ରେ ଆସି ସିନେମା ହଲ ସାମ୍ନା ଡ଼ାଇଭରସନ ଦେଇ ବରଗଡ଼ ସମ୍ବଲପୁର ୱେ ରାସ୍ତାକୁ କ୍ରସ କରି ସର୍ଭିସ ରୋଡ଼କୁ ବେନିୟମ ଭାବେ ଯାଉଥିବା ଳସମୟରେ ସ୍କୁଟି ଚାଳକ ଙ୍କୁ ଧକ୍କା ଦେଇଥିଲା ।  ସ୍କୁଟି ଚାଳକ ଗୁରୁତର ହେଇପଡିଥିଲା।ସ୍ଥାନୀୟ ଲୋକେ ପ୍ରଥମେ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନେଇଥିଲେ ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି।ଏହି ଅଞ୍ଚଳ ତଥା ଡାଇଭର୍ଶନରେ ବିଗତ ଦିନରେ ଗାଡି ଧକ୍କାରେ ମର୍ମନ୍ତୁଦ ଘଟଣା ଘଟି ଜନ ଜୀବନ ନଷ୍ଟ ହେଇଥିବାର ନଜିର ରହିଛି।ଏନେଇ ଘଟଣା ସ୍ଥଳକୁ ଅତାବିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦ୍ରର୍ଘଟଣା ଗସ୍ତ ଦୁଇଟି ଯାକ ଗାଡି  ଥାନାକୁ ନେବା ସହ ସ୍କୁଟି ଚାଳକକୁ୍ ଡାକ୍ତର ଖାନାକୁ ପଠାଇଥିଲେ।  ଟ୍ରକ ଗାଡିର ନଂ ଓଡ଼ି ୧୭ ଜି  ୫୩୬୩ ଥିବାବେଳେ ସ୍କୁଟି ର ନଂ ଓଡ଼ି ୧୭ ଏନ ୧୬୯୩ ।ସ୍କୁଟି ଚାଳକ ଅତାବିରା ଅଞ୍ଚଳର ରେଙ୍ଗାଲିକେମ୍ପ ର ସନ୍ନି କୁମାର ସିଂ ବୋଲି ଜଣା ପଡିଥିବା ବେଳେ ୧୧୦୯ ଟ୍ରକ ଟି ମଧ୍ୟ ସ୍ଥାନୀୟ ଅତାବିରା ଅଞ୍ଚଳର ହେଇଥିବାର ଜଣାପଡିଛି । ଦେଖିବାକୁ ବାକି ରହିଲା ପୋଲିସ କେସ କରୁଛି ନା ରଫାଦଫା କରୁଛି । ଅନ୍ୟ ପକ୍ଷେ ସରକାର ଙ୍କ ୫ଟି ଅତାବିରା ଥାନା ରେ କାର୍ଯ୍ୟକାରୀ ହୋଉଛି କି ନାହିଁ ତାହା ସମୟ ହିଁ କହିବ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts