Breaking News

ସାରଙ୍ଗଯୋଡି ଗ୍ରାମ୍ୟ ବ୍ୟାଙ୍କରେ ଲିଙ୍କ ଫେଲ ; ଗ୍ରାହକ କାଉଣ୍ଟର ପାଖରେ ଶୋଇପଡିଲେ


D Senapati
Sakhigopal
ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ବଜାର ଉପରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗତ ୬ ମାସ ହେବ ଇଣ୍ଟନେଟ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଯାହାକି ଶାଖାର ଗ୍ରାହକ ମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଏପରି ଅବସ୍ଥା ହୋଇଛି ଲୋକମାନେ ସକାଳୁ ସକାଳୁ ବ୍ୟାଙ୍କ ଖୋଲିବା ଆଗାରୁ ସେଠାରେ ଲମ୍ବା ଲାଇନିରେ ଠିଆ ହୋଇ ରହୁଛନ୍ତି । ଏପରିକି ଜଣଙ୍କୁ ମାତ୍ର ଦଶ ହଜାର ଟଙ୍କା ଉଠାଣ କରିବାକୁ ଅନୁମତି ମିଳୁଛି । ସେହିପିର ବ୍ୟାଙ୍କରେ ଲିଙ୍କ ନ ଥିବାରୁ ଜଣେ କର୍ମଚାରୀ ଅନ୍ୟ ବ୍ୟାଙ୍କରେ ଯାଇ କାର୍ଯ୍ୟ କରୁଛି । ଯାହା ଫଳରେକି ଜଣେ ଜଣେ ଗ୍ରାହକ ପ୍ରାୟ ୩୦ ମିନିଟିରୁ ୧ ଘଣ୍ଟା କାଉଣ୍ଟରେ ଠିଆ ହେବାକୁ ପଡୁଛି  । ତୁରନ୍ତ ଉକ୍ତ ବ୍ୟାଙ୍କରେ ଇଣ୍ଟରନେଟ ସୁବିଧା ଯୋଗାଇ ଦେବାକୁ ଗ୍ରାହକ ମାନଙ୍କ ପକ୍ଷରୁ ଦାବି ହେଉଛି  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts