ମଦ ଦୋକାନରୁ ଚୋରି
କୋଣାର୍କ---- କୋଣାର୍କ-କାକଟପୁର ରାସ୍ତା ପାଶ୍ୱର୍ରେ ଥିବା ସରକାରୀ ବିଦେଶୀ ମଦ ଦୋକାନରୁ ଗୁରୁବାର ରାତିରେ ଚୋରି ହୋଇଛି । ଏ ସମ୍ପର୍କରେ ମଦ ଦେକାନର ମାଲିକ ଦେବାଶିଷ ମହାନ୍ତି ଥାନାରେ ଅଭିଯୋଗ କରିଛନ୍ତି । ଦୁର୍ବୁତ୍ତମାନେ ମଦ ଦୋକାନର ସଟରକୁ ଇଲେକ୍ଟ୍ରୋନିକ୍ କଟର୍ ସାହାଯ୍ୟରେ କାଟି ଭିତରକୁ ପଶିଥିବା ଜଣାପଡିଛି । ବିଭିନ୍ନ ବ୍ରାଣ୍ଡର ୨୫ହଜାର ଟଙ୍କା ମୂଲ୍ୟର ବିଦେଶୀ ମଦ ଓ ନଗଦ ୩୮ହଜାର ୨୬୦ଟଙ୍କା ଲୁଟ୍ କରିଛନ୍ତି । ସିସି ଟିଭିି କ୍ୟାମେରାର ଦୁଇଟି ଡିଭିଆରକୁ ମଧ୍ୟ ଦୁର୍ବୁତ୍ତମାନେ ଖୋଲି ନେଇଛନ୍ତି । ସମାନ ପ୍ରକାରର ସଟର କାଟି ୩ମାସ ପୂର୍ବେ ଗୋପ ମଦ ଦୋକାନରୁ ଚୋରି ହୋଇଥିଲା । ଏହି ଚୋରିରେ ଏକ ପ୍ରଫେସନାଲ ଚୋର ର୍ୟାକେଟ୍ ସଂପୃକ୍ତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । କୋଣାର୍କ ଥାନା ପୋଲିସ ଏ ସଂପର୍କରେ ମାମଲା ନଂ-୧୧୬/୨୦୧୯ ରୁଜୁ କରି ତଦନ୍ତ ଚଳାଇଥିବା ଏଏସ୍ଆଇ ଶ୍ରୀଧର ମଲ୍ଲିକଠାରୁ ସୂଚନା ମିଳିଛି ।
କୋଣାର୍କରୁ ଅଜିତ କୁମାର ମଲ୍ଲିକ
କୋଣାର୍କରୁ ଅଜିତ କୁମାର ମଲ୍ଲିକ
![]() |
konark News |