ମାଓ ଲଗାଇଲେ ବ୍ୟାନର
ନବରଙ୍ଗପୁର----- ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଟିମନପୁର ପଞ୍ଚାୟତର ଖାଲେପାରା ଠାରେ ଆଜି ଭୋର ୫ଟା ସମୟରେ ଏକ ମାଓ ବ୍ୟାନର ମରା ଯାଇଥିବା ଦେଖିବାକୁ ମିଳିଛି । ସେଥିରେ କେନ୍ଦ୍ରର ଭାଜପା ସରକାର ଏବଂ ଓଡ଼ିଶାର ନବୀନ ସରକାରଙ୍କ ମାଓବାଦୀ ଦମନନୀତି କୁ ବିରୋଧ କରି ଆଜି ୨୫ ତାରିଖ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି ।
ଏହି ବ୍ୟାନରରେ ଉଲ୍ଲେଖ କରାଯାଇଛି । ମୁଖ୍ୟତଃ ଛତିଶଗଡ ର କାଙ୍କେର, ଧମତରୀ,ଗରିଆବନ୍ଧ ଏବଂ ଓଡ଼ିଶାର ନୂଆପଡ଼ା ଏରିୟା ରେ ବନ୍ଦ ପାଳନ ପାଇଁ ଏହି ବ୍ୟାନର ରେ ଉଲ୍ଲେଖ କରାଯାଇଛି ।
ଏହି ମାଓ ବ୍ୟାନର ଛତିଶଗଡ ମୈନପୁର ଡିଭିଜନ ପକ୍ଷରୁ ମରାଯାଇଥିବା ସୂଚନା ମିଳିଛି ।
ଏହି ମାଓ ବ୍ୟାନର ଛତିଶଗଡ ମୈନପୁର ଡିଭିଜନ ପକ୍ଷରୁ ମରାଯାଇଥିବା ସୂଚନା ମିଳିଛି ।