ବାଇକିକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ ; ଦୁଇ ମୃତ
ଭଦ୍ରକ ------ ଭଦ୍ରକ ତ୍ରିଶୂଳପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ବାଇକି ଚାଳକ ଓ ବସିଥିବା ଆରୋହୀ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଏମାନେ ବାଇକରେ ଯାଉଥିବାବେଳେ ଏକ ପିକ୍ଅପ୍ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଧୀରେନ୍ଦ୍ର ସେନାପତି