Breaking News

ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ବିଭାଗ ପକ୍ଷରୁ ହିଞିଳିକାଟୁ ବ୍ଳକ ପୁରସ୍କୃତ


 
ହିଞିଳିକାଟୁ -------   ହିଞିଳିକାଟୁ ବ୍ଲକକୁ ୨୦୧୭-୧୮ ବର୍ଷ ପାଇଁ ରାଷ୍ଟ୍ରୀୟ ସ୍ତରରେ ପୁରସ୍କାର ମିଳିଛି । ବୁଧବାର ନୂଆ ଦିଲ୍ଲୀର ସି. ସୁବ୍ରମଣ୍ୟମ ଅଡ଼ିଟୋରିଅମରେ ଭାରତ ସରକାରଙ୍କ ପଞ୍ଚାୟତ ବିଭାଗ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରୀୟ ପଞ୍ଚାୟତ ପୁରସ୍କାର ୨୦୧୯ ସମାରୋହରେ କେନ୍ଦ୍ର ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଠାରୁ ଜିଲା ପଞ୍ଚାୟତ ଅଧିକାରୀ ଧର୍ମା ନନ୍ଦ ସେଠୀଆ  ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପଞ୍ଚାୟତ ସ୍ତରରେ ଶେରଗଡ଼ ଗ୍ରାମ ପଞ୍ଚାୟତକୁ ମଧ୍ୟ ଏଥିରେ ପୁରସ୍କୃତ କରାଯାଇଛି । ଆସିକା ବ୍ଳକର ବରଗାଁ ଗ୍ରାମ ପଞ୍ଚାୟତ  ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ରାଜ୍ୟର ଅତରିକ୍ତ ସଚିବ ବିଜୟ କୁମାର ରଥ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ,ଶେରଗଡ଼ ସରପଞ୍ଚ ଯାଜ୍ଞସେନୀ ପ୍ରଧାନ, ବରଗାଁ ସରପଞ୍ଚ ଶିବରାମ ନାହକ ଯୋଗ ଦେଇଥିଲେ । ହିଞିଳିକାଟୁରୁ ପ୍ରିୟବ୍ରତ ପଣ୍ଡା ।

Blog Archive

Popular Posts