କୋଣାର୍କରେ ମା କାଳୀଙ୍କ ପୂଜା
କୋଣାର୍କ----- କୋଣାର୍କସ୍ଥିତ ମା’ ଦକ୍ଷିଣକାଳୀଙ୍କ ପୀଠରେ ଗତ ୨୭ତାରିଖରେ ଶ୍ୟାମାକାଳୀ ପୂଜା ରିତୀନୀତି ଅନୁଯାୟୀ ନିଶାର୍ଦ୍ଦ ପୂଜାର୍ଚ୍ଚନା, ଚଣ୍ଡୀ ପାଠ ଓ ହୋମ ମହା ସମାରୋହରେ ପାଳିତ ହୋଇଛି । ବିଗତ ୩୬ ବର୍ଷ ଧରି କୋଣାର୍କ କାଳୀପୂଜା କମିଟି ପକ୍ଷରୁ କୋଣାର୍କ ମେଡ଼ିକାଲ ଛକସ୍ଥିତ ପୀଠରେ ମା’ଙ୍କ ପୂଜା କରାଯାଇ ଆସୁଅଛି । ମା’ଙ୍କ ପୀଠକୁ ଫୁଲମାଳ, ରଙ୍ଗବେରଙ୍ଗର ଆଲୋକରେ ସୁସଜିତ କରାଯାଇଛିି । ୍ମାଧିପୁର ଗ୍ରାମର ପୂଜକ ଆଲୋକ ପାଢୀଙ୍କ ଦ୍ୱରା ମା’ କାଳୀଙ୍କ ସମସ୍ତ ପୂଜାନୀତି କରାଯାଇଥିଲା । କୋଣାର୍କ ତଥା ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମେତ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନେ ଏହି କାଳୀମନ୍ଦିରରେ ଉପସ୍ଥିତ ରହି ମା’ଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆୟୋଜକ କୋଣାର୍କ କାଳୀପୂଜା କମିଟର ସମସ୍ତ ସଦସ୍ୟଙ୍କ ପ୍ରଚେଷ୍ଟାରେ ମା’ଙ୍କ ପୂଜାନିତୀ ପରିଚାଳନା କରାଯାଇଛି । ଏହି ଅବସରରେ ସନ୍ଧ୍ୟାରେ ମା’ଙ୍କ ପୂଜା ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ମଧ୍ୟାହ୍ନରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାଳୀ ପୂଜା ଅବସରରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ମଧ୍ୟ ନୂତନ ଖାତା ପୂଜା ଅନୁଷ୍ଠିତ ହୋଇଯାଇଛି । ଆଲୋକର ପର୍ବ ଦୀପାବଳୀ ଉତ୍ସବକୁ ପାଳନ କରିବା ପାଇଁ ଏଠାରେ ଥିବା ସରକାରୀ, ବେସରକାରୀ କୋଠା ଏବଂ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଆଲୋକରେ ସୁସଜିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଶାନ୍ତି ସୃଙ୍ଖଳାର ସହ ଶ୍ୟାମାକାଳୀଙ୍କୁ ପୂଜାଅର୍ଚ୍ଚନା କରିବା ସହ ମା’ଙ୍କ ଆର୍ଶିବାଦ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ
![]() |
konark news |