Breaking News

ପିପିଲି ତହସିଲରେ ରାଜସ୍ୱମନ୍ତ୍ରୀ ; ଜନସାଧାରଣ କଲେ ଅଭିଯୋଗ

ପିପିଲି---- ପୁରୀ ଜିଲ୍ଲା ପିପିଲି ତହସିଲରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଅଚାନକ ଗ୍ରସ୍ତ କରିଛନ୍ତି । ମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତ ଦେଖି ବିଭିଗୀୟ ଅଧିକାରୀ ମାନେ ଚଳଚଞ୍ଚଳ ହୋଇ ପଡିଥିଲେ । ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ବିଭାଗୀୟ ଅଧିକାରି ମାନଙ୍କ ସହ ଆଲୋଚନା କରି  ରାଜ୍ୟ ସରକାରଙ୍କ ୫ଟି ଯୋଜନା ଅନୁଯାୟୀ  କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି  ।  ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସାଧରଣ ଲୋକମାନଙ୍କୁ ତହସିଲ ପକ୍ଷରୁ ସଠିକ ସେବା ଯୋଗାଇ ଦେଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ତହସିଲ ପକ୍ଷରୁ ଘରଭଙ୍ଗା ସହାୟତାରେ ଅନିୟମିତତା, ଜମିପଟ୍ଟା ସଠିକ ସମୟରେ ନମିଳିବା ଆଦି ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଅଭିଯୋଗ ମାନ ଆଣିଥିଲେ । ସମସ୍ତ ଘଟଣାକୁ ଗୁରୁତର ଭାବେ ବିଚାରକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ସଠିକ ସେବା ପ୍ରଦାନ କରିବା ପାଇଁ ନିଦ୍ଦେର୍ଶ ଦେଇଥିଲେ ।  ଏହି ଗ୍ରସ୍ତ ସମୟରେ ଅତିରିକ୍ତ ତହସିଲଦାର ନିଳକଣ୍ଠ ବେହେରା ଙ୍କ ସମେତ ତହସିଲର ସମସ୍ତ ଅଧିକାରୀ ଓ ବ୍ଲକ ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ , ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର  
 B mohapatra
Pipili

Blog Archive

Popular Posts