ଶିକ୍ଷା ଅଧିକାରୀଙ୍କ ନିର୍ଦେଶକୁ ଅବମାନନା କଲେ ସିଆରସିସି
ବରଗଡ଼------ ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ବେଖାତିରି କରାଯାଇଛି ବୋଲି ଜଣାପଡିଛି । ଆସନ୍ତାକାଲି ପରୀକ୍ଷା ହେବାକୁ ଥିବାବେଳେ ଆଜି ଅକ୍ଟୋବର ୩୧ତାରିଖରେ ସ୍ଥାନୀୟ ଅତାବିରା କ୍ଲଷ୍ଟରର କାଣ୍ଡପାଳି ପ୍ରକଳ୍ପ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲସ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେତେକ ଅଭିଭାବକ ମାନେ ପରୀକ୍ଷା ସମୟରେ ଏପରି କାର୍ଯ୍ୟକ୍ରମ କରିବାକୁ ନା ପସନ୍ଦ କରିଛନ୍ତି । ଏନେଇ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ରାଜାରାମ ମେହେର ଙ୍କୁ ଯୋଗାଯୋଗ ନହେବାରୁ ଏବିଇଓ ରାଜ କିଶୋର ପୁଝାରିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ପରୀକ୍ଷା ତ ମୁଖ୍ୟ । ଆମେ ତ ବ୍ଲକର ସମସ୍ତ ସିଆରସିସି ମାନଙ୍କୁ ୨୬ତାରିଖ ମଧ୍ୟରେ କରିବାକୁ କୁହାଯାଇଥିଲା। ପ୍ରାୟ ଜାଗାରେ ସରିଗଲାଣି ଏମାନେ ଏବେ କରୁଛନ୍ତି । ଏନେଇ ଉକ୍ତ କ୍ଲଷ୍ଟରର ସିଆରସିସି ପଞ୍ଚାନନ ନାଥ ପ୍ରତିକ୍ରିୟା ନେବାରୁ ବର୍ଷା ହେଉଥିବାର ଆଳ ଦେଖାଇ ପିଲାଙ୍କ ଭାଗ୍ୟ ସାଙ୍ଗରେ ଖେଳଖେଳୁଛନ୍ତି ବୋଲି ଲୋକମାନେ କହନ୍ତି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହାକୁ ବିଫଳ କରିବା ପାଇଁ ଲାଗିପଡିଛନ୍ତି ବୋଲି ଜଣାପଡିଛି । ତେବେ ଦେଖିବାକୁ ବାକି ରହିଲା ଏଇଭଳି ଖାମଖିଆଳି କାର୍ଯ୍ୟକୁ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷ ତଥା ସରକାର କଣ ପଦକ୍ଷେପ ନେଉଛନ୍ତି। ନା ଶିକ୍ଷା ବିଭାଗ ଅଧିକାରୀ ଙ୍କୁ ପୁରସ୍କାର ଦେଉଛନ୍ତି ତାହା ସମୟ ହିଁ କହିବ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ