କିଡିନି ରୋଗ ଆତଙ୍କ- ହରଡବାଡିରେ ପହଞ୍ଚିଲା ଡାକ୍ତରୀଦଳ,
ହାଟଡିହି-----ହାଟଡିହି ବ୍ଲକ ହଦଗଡ ପଞ୍ଚାୟତ ହରଡବାଡିରେ କିଡିନି ରୋଗର ଆତଙ୍କ ଦେଖାଦେଇଥିବାବେଳେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଗତକାଲି ଶାଳଣିଆଁ ସିଏଚସିର ମୁଖ୍ୟ ଭାରପ୍ରାପ୍ତ ଡାକ୍ତର ପ୍ରଭାତ ନାୟକଙ୍କ ନେତୃତରେ ଏକ ଡାକ୍ତରୀଦଳ ହାଡବାଡିରେ ପହଞ୍ଚି ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ସହ ଡାକ୍ତରୀ ଚିଠା ଓ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ସବୁ ଦେଖିଥିଲେ । ଏପରିକି ଗାଁରେ କିଡିନି ଆକ୍ରାନ୍ତ ରୋଗୀଙ୍କୁ ଭେଟି ସେମାନେ ଖାଉଥିବା ଓଷଧପତ୍ର ଯାଞ୍ଚ କରିଥିଲେ । ସେମାନେ ବ୍ୟବହାର କରୁଥିବା ପାଣିର ନମୁନା ସଂଗ୍ରହ କରି ଏହାକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇବେ ବୋଲି ଡାକ୍ତର ନାୟକ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ ବର୍ଷକ ଭିତରେ ୨୦ରୁ ଉର୍ଦ୍ଧ ଲୋକ କିଡିନି ରୋଗରେ ମୃତ୍ୟୁବରଣ କରିଥିବାବେଳେ ଏବେବି ୨୦ରୁ ଉର୍ଦ୍ଧ ଆକ୍ରାନ୍ତ ଅଛନ୍ତି । ଚଳିତିବର୍ଷ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିବାରୁ ଗାଁରେ ଆତଙ୍କ ଖେଳିଯାଇଛି । ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଏନେଇ ସେ ଦୁଇ ଦୁଇଥର ଜିଲ୍ଲାପରିଷଦ ବୈଠକରେ ଆଲୋଚନା କରିବା ସହ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଜଣାଇଥିଲେବି କୈଣସି ପ୍ରତିକାର କରାଯାଉ ନଥିଲା । ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହରଡବାଡି ଗ୍ରାମକୁ ଏକ ଡାକ୍ତରୀଦଳ ପଠାଯାଇ ରୋଗର କାରଣ ସମ୍ପର୍କରେ ଅନୁଧ୍ୟାନ କରିବାକୁସେ ଦାବି କରିଛନ୍ତି ।
ହାଟଡିଡିରୁ ବିକାଶ ବିଶ୍ୱାଳ
ହାଟଡିଡିରୁ ବିକାଶ ବିଶ୍ୱାଳ