ପୁରୀ ଆରପିଏଫ ପୋଲିସ ୮ଜଣ ଯୁବତୀଙ୍କୁ ଉଦ୍ଦାର କଲା
ପୁରୀ--- ପୁରୀ ଆରପିଏଫ କର୍ମଚାରୀ ପାଣ୍ଡବ ନାୟକ ବୁଧବାର ରାତିରେ ପ୍ଳାଟଫମ ଡ୍ୟୁଟି କରୁଥିବା ବେଳେ ନୂତନ ଯାତ୍ରୀ ନିବାସ ପରିସରରେ ୮ଜଣ ଯୁବତୀ ଏକାଠି ବସିଥିବାର ସେ ଦେଖିଥଲେ । ସେମାନଙ୍କ ଆବଭାବ ସନ୍ଦେହ ଜାତ ହେବାରୁ ପଚାରା ପଚରି କରିବା ସମୟରେ ଏମାନେ ବହାର ରାଜ୍ୟକୁ କାମ କରିବାକୁ ଯାଉଥିବା ଜଣାପଡିଥିଲା । ତାଙ୍କୁ ନେଇକି ଯାଉଥିବା କେରାଲ ଗ୍ରାମର ଯାଜପୁର ଜିଲ୍ଲାର କୃପାସିନ୍ଦୁ ସାମଲ (୨୫)ଯୁବକଙ୍କୁ ଆରପିଏଫ ପୋଲିସ ଗିରଫ କରିଛି । ପୁରୀ ଆରପିଏଫ ଥାନ କେସନଂ ୧୩୦/୨୦୧୯ରେ ଦଫା ୩୭୯ ଓ ୧୪ ଶିଶୁ ଚାଳଣା ଅଭିଯୋଗରେ କେସରୁଜ ହୋଇଥିବା ଥାନା ଆଇଆଇସି ଅନିଲ କୁମାର ସିଂଙ୍କ ଠାରୁ ଜଣାପଡିଛି ।
ପୁରୀରୁ ଜୟନ୍ତ କୁମାର ସେଠୀ