ସୁନ୍ଦରାପାଳରେ ଅଗ୍ନିକାଣ୍ଡ, ୪ବଖରା ଘର ଭଷ୍ମୀଭୂତ, ଜଣେ ଜୀବନ୍ତ ଦଗ୍ଧ
ହାଟଡିହି---- କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ସୁନ୍ଦରାପାଳ ଛକରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ଭଷ୍ମୀଭୂତ ହୋଇଥିବାବେଳେ ଜଣେ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ସୁନ୍ଦରାପାଳ ଛକରେ ଥିବା ଘନଶ୍ୟାମ ମଲ୍ଲିକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଖବର ପାଇ ହାଯଡିହି ଦମକଳ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଲିଭାଇବା ପରେ ତା ଭିତରେ ଜଣେ ପୋଡି ମରିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ସୋସୋ ଥାନାକୁ ଜଣାଇବା ପରେ ସୋସୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାପରେ ଏହା ସୁନ୍ଦରାପାଳ ଗ୍ରାମର ଶୁକ ମୁଣ୍ଡା ବୋଲି ଜଣାପଡିଥିଲା । ଶୁକଙ୍କ ପରିବାର ଲୋକଙ୍କ ସୁଚନା ଅନୁଯାଇ ସୁନ୍ଦରାପାଳ ଗ୍ରାମର ଶୁକ ମୁଣ୍ଡା (୪୭) ଆନନ୍ଦପୁର ତହସିଲରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରନ୍ତି । ତାଙ୍କ ପତ୍ନୀ ନିକଟସ୍ଥ ଏକ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ପାରିବାରିକ ମାନ ମନାନ୍ତରକୁ ନେଇ ଶୁକ ଦୀର୍ଘ ୮/୯ମାସ ହେଲା ଘରେ ନରହି ସୁନ୍ଦରାପାଳ ବଜାରରେ ଥିବା ଘନଶ୍ୟାମ ମଲ୍ଲିକଙ୍କ ଏହି ଚାଳିଆଘରେ ରହି ଆସୁଥିଲେ । ଗତକାଲି ସକାଳେ ଶୁକ ନିଜ ଘରକୁ ଯାଇ ମାଛ ଓ ସଉଦାପତ୍ର ଦେଇ ପୁଅକୁ ବାଣ ଫୁଟା ଖର୍ଚ୍ଚ ୧୦୦ଟଙ୍କା ଦେଇ ଆସିଥିଲେ । ରାତିରେ ଶୁକ ବଜାରର ସେହି ଚାଳିଆଘରେ ଶୋଇଥିବାବେଳେ ଘର ପୋଡିଯାଉଥିବା ଦେଖି ପାଖରେ ରହୁଥିବା କିଛି ଲୋକ ଘନଶ୍ୟାମଙ୍କୁ ଫୋନ କରି ସୁଚନା ଦେବାସହ ହାଟଡିହି ଦମକଳକୁ ଫୋନ କରି ଜଣାଇଥିଲେ । ସେହି ନିଆଁରେ ଶୁକ ପୋଡିଯାଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ପାଇବାପରେ ଘନଶ୍ୟାମ ଶୁକଙ୍କ ପରିବାରକୁ ଜଣାଇଥିଲେ । ଶୁକଙ୍କ ପରିବାର ଲୋକେମାନେ ପହଞ୍ଚି ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖି କିପରି ନିଆଁ ଲାଗିଲା ଓ କିପରି ଶୁକ ପୋଡି ମଲା ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଘରେ କିପରି ନିଅେଁ ଲାଗିଲା ତାହାକୁନେଇ ସାଧାରଣରେ ମଧ୍ୟ ସନ୍ଦେହ ଦେଖା ଦେଇଥିଲା । ଏପରି ଅଗ୍ନିକାଣ୍ଡକୁ କେହିବି ସହଜରେ ବିଶ୍ୱାଷ କରିପାରି ନଥିଲେ । ଏହି ଅଗ୍ନିକାଣ୍ଡ ଓ ଶୁକଙ୍କ ମୃତ୍ୟୁକୁ ନେଇ ସେମାନେ ସନ୍ଦେହ ପ୍ରକଟ କରିବା ସହିତ ଏହାର ଉପଯୁକ୍ତ ତଦନ୍ତ ଦାବି କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ସୋସୋ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାପରେ ମୃତଦେହକୁ ଜବଦ କରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ହାଟଡିହିରୁ ବିକାଶ ବିଶ୍ୱାଳ
ହାଟଡିହିରୁ ବିକାଶ ବିଶ୍ୱାଳ
![]() |
Hatadhi News |