Breaking News

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ

 ଭୁବନେଶ୍ବର-----ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଥିବାରୁ ବର୍ଷା ଧୀରେ ଧୀରେ କମିବା ଆରମ୍ଭ କରିଛି। ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ଆସିବ। ତେଣୁ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ରାଜ୍ୟର ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିବ କିନ୍ତୁ ବାତ୍ଯା ନେଇ କୌଣସି ସୂଚନା ନାହିଁ । କନକ ଟିଭି ର ପୁରୁଣା ଦିନର ଏକ ଭିଡିଓ କୁ କିଛି ବ୍ଯକ୍ତି ସୋସିଆଲ୍ ମିଡିଆରେ ପ୍ରସାରିତ କରି ବାତ୍ୟା ଗୁଜବ ସୃଷ୍ଟିକରୁଛନ୍ତି। ସୋସସିଆଲ୍ ମିଡିଆରେ ପ୍ରସାରିତ ସମସ୍ତ ଖବର କୁ ତୁରନ୍ତ ବିଶ୍ୱାସ ନକରି ଖବର ର ସମୟ କାଳ ଓ ସତ୍ଯାସତ୍ଯ ପରଖିନିଅନ୍ତୁ। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା କୁ ବିଶ୍ୱାସ କରନ୍ତୁ। ବାତ୍ଯାର ଗୁଜବ ଶୁଣି ଭୟଭିତ ହୁଅନ୍ତୁ ନାହିଁ। ଏପରି ଭିଡିଓ କୁ କାହାକୁ ସେୟାର କରନ୍ତୁ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

 ଅଜିତ କୁମାର ମଲ୍ଲିକ

Blog Archive

Popular Posts