Breaking News

ସରଣ୍ଡା ୟୁଜିୟୁପି ସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ


sakhigopal news satyabadi news baragarh news
  ବରଗଡ଼-----  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ୟୁଜିୟୁପି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ମୋତିମାଳା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବେ ଚକୁଳି ପଞ୍ଚାୟତର ସରପଞ୍ଚ ସୁଲତା ପ୍ରଧାନ ,ସମ୍ବାନୀତ ଅତିଥି ଭାବେ ଅତିରିକ୍ତବ୍ଲକ ଶିକ୍ଷା ଅଧିକାରୀ ରାଜକିଶୋର ପୁଝାରୀ ରହିଥିଲେ। ସେହିପରି ମଞ୍ଚାସିନ ଅତିଥି ଭାବେ ଲରାସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନବୋଧ ମାଝୀ,ସରଣ୍ଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ନରୋତ୍ତମ ପ୍ରଧାନ,ଶିକ୍ଷକ ରୂପଚନ୍ଦ୍ର ମେଣ୍ଡଳୀ,ଶିକ୍ଷକ ପ୍ରମୋଦ କୁମାର ଗଡ଼ତିଆ,ସ୍କୁଲର ସଭାପତି କୁବେର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ୧୨ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭିନ୍ନ ଭିନ୍ନ ପ୍ରତିଯୋଗୀତା ରେ  ଭାଗ ନେଇ ତାଙ୍କର କଳା ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କ୍ଲସ୍ଟର ର ସିଆରସିସି ଭକ୍ତ କଂହେଇ ପରିଚାଳନା କରିଥିଲେ ।  କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍କୁଲ ମାନଙ୍କରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ
saranda ugup school re cluster stariya surabhi program
sakhigopal news
satyabadi news
baragarh news

Blog Archive

Popular Posts