ରାଜସ୍ୱ ମନ୍ତ୍ରୀଙ୍କ ବେଗୁନିଆ ଅଚାନକ ଗ୍ରସ୍ତ ,ତହସିଲ କାର୍ଯ୍ୟାଳୟ ପରିଦର୍ଶନ
![]() |
Beguni |
ବେଗୁନିଆ---- ବୁଧବାର ଅପରାହ୍ନରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ବେଗୁନିଆ ତହସିଲ କାର୍ଯ୍ୟାଳୟକୁ ଅଚାନକ ଭାବରେ ଗ୍ରସ୍ତ କରିଥିଲେ । ସେଠାରେ ପହଞ୍ଚି ତହସିଲଦାର ବିବେକାନନ୍ଦ ପରିଡା,ଅତିରିକ୍ତ ତହସିଲଦାର ଜନ୍ମେଜୟ ସାହୁ,ତହସିଲ କର୍ମଚାରୀ ଓ ଉପସ୍ଥିତ ଜନସାଧାରଣଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ୫ଟି ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ତହସିଲ କାର୍ଯ୍ୟାଳୟକୁ ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ବ୍ୟକ୍ତି ବିଶେଷଙ୍କ କଥାକୁ ଠିକ ଭାବରେ ଅନୁଧ୍ୟାନ କରି ସେମାନଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ଦିଗରେ ଯତ୍ନବାନ ହେବା ପାଇଁ ତହସିଲ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା