Breaking News

ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀଙ୍କ ପକ୍ଷରୁ ସୋସୋ ପଞ୍ଚାୟତ ସମ୍ମୁଖରେ ଧାରଣା

ହାଟଡିହି-----କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ୬ଦଫା ଦାବିନେଇ ପଞ୍ଚାୟତ ସମ୍ମୁଖରେ ଧାରଣାରେ ଦେଇଛନ୍ତି । ସେମାନଙ୍କ ଦାବି ଅନୁଯାଇ ସୋସୋ ପଞ୍ଚାୟତରେ ହୋଇଥିବା ଅନିୟମିତତାର ଭିଜିଲାନସ ତଦନ୍ତ ଦାବି ,  ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ବହିସ୍କାର କରାଯାଉ । ସୋସୋ ପଞ୍ଚାୟତର ସ୍ୱାଗତମ ତୋରଣ ର୍ନିମାଣ କରାଯାଉ, ନୁତନ ଭାବେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତାର ସମ୍ପୁର୍ଣ୍ଣ ପାଉଣାକୁ ପ୍ରଦାନ କରାଯାଉ, ସୋସୋ ପଞ୍ଚାୟତର ସରକାରୀ ଅନୁଦାନ ହରିଲୁଟ ଅର୍ଥକୁ ପଞ୍ଚାୟତ ଖାତାକୁ ପୁର୍ନବାର ଫେରସ୍ତ ଅଣାଯାଉ ଆଦି ଦାବି  କରାଯାଇଛି  ।  ୱାର୍ଡସଭ୍ୟ ନରୋତ୍ତମ ରାଉତ, ବିଶ୍ୱନାଥ ମାଝୀ, ଜୟନ୍ତୀ ଭୂୟାଁ, ଜଗନ୍ନାଥ ବାରିକ, ସୁଲୋଚନା ହାତୀ, ନିରୁପମା ଖମାରୀଙ୍କ ସହିତ  ବିଶ୍ୱନାଥ ରାଉତ, ମନୋରମା ରାଉତ, ପ୍ରୀୟଲକ୍ଷ୍ମୀ ରାଉତ, ଜ୍ୟୋତିରଞ୍ଜନ ରାଉତ,ପ୍ରଣବ ମହାନ୍ତି, ଅନାଦି ସିଂହ, ଚିତ୍ତରଞ୍ଜନ ରାଉତ, ଅସାନ୍ତି ଦୋରା, ବିଶ୍ୱଜିତ ରାଉତଙ୍କ ସମେତ ଅନେକ ଗ୍ରାମବାସୀ ଧାରଣାରେ ବସିଛନ୍ତି  । ଯେଉଁ ପର୍ଯ୍ୟନ୍ତ ପ୍ରଶାସନ ଆମ ଦାବି ଗ୍ରହଣ ନ କରିଛି ସେତେ ଦିନ ପର୍ଯ୍ୟନ୍ତ  ଏହି ଧାରଣା ଚାଲୁ ରହିବ ବାଲି ୱାର୍ଡସଭ୍ୟସଭ୍ୟା ମାନେ କହିଛନ୍ତି ।
ହାଟଡିହିରୁ ବିକାଶ ବିଶ୍ୱାଳ

Blog Archive

Popular Posts