>>
  • ବିନା ଟିକେଟ ଯାତ୍ରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଖୋର୍ଦ୍ଧା ରୋଡ " ଡିଭିଜନ ପକ୍ଷରୁ ଜୋରଦାର ପ୍ରୟାସ ଜାରି
  • >>
  • ଆମରି ସତ୍ୟ ବିକାଶ ପରିଷଦ ପକ୍ଷରୁ "ଆମ ସଂସ୍କୃତିରେ ସାବିତ୍ରୀ ବ୍ରତ’ ଆଲୋଚନା ଚକ୍ର
  • >>
  • ଭଂଜନଗର ପୋଲିସ ଦ୍ବାରା ଚୋରା-ବନ୍ଧୁକ" ଅପରେସନ ସଫଳ; - ୫ ବନ୍ଧୁକ, ୧୫ ଗୁଳି ଜବତ, ୯ ଗିରଫ
  • >>
  • ପୃଥକ ପୃଥକ ଦୁଘର୍ଟଣାରେ ଜଣେ ମୃତ୍ୟୁ ୫ ଆହତ
  • >>
  • ଓଡ଼ିଶାର ଗୌରବ ; ସତ୍ଯବାଦୀ ର କୁନି ପୁଅ ସାଇ ସୋହମ ଅଗଷ୍ଟ ମାସରେ ଯିବେ ଜାପାନ
  • >>
  • ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳଙ୍କ ପ୍ରତିଭାକୁ ମନେପକାଇଲେ ଛାତ୍ର ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ
  • >>
  • ଦୁଇଟି ମଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁଇ ମୃତ୍ୟୁ
  • >>
  • ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
  • >>
  • ଆନନ୍ଦ ସଙ୍ଗୀତାୟନ ର ୯୧ ତମ ଭଞ୍ଜ ସଂଗୀତ ଆସର
  • >>
  • ଖୁଣ୍ଟୁଲିପାଲି ଛକ ଠାରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ର ପ୍ରକଳ୍ପ ଉଦଘାଟନ
  • >>
  • ବର୍ଷାରେ ବେହାଲ ଜଟଣୀ, ନର୍ଦ୍ଦମା ଜଳରେ ଉବୁଟୁବୁ "ସୀତାରାମ ଛକ ; ସହରର ଡ୍ରେନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡିପଡିଛି
  • >>
  • ପୌର ଉପାଧ୍ୟକ୍ଷାଙ୍କୁ ଅଧ୍ୟକ୍ଷଙ୍କ ଅଣଦେଖା ; ପ୍ରତିବାଦରେ ଉପାଧ୍ୟକ୍ଷାଙ୍କ ଧାରଣା : ଧାରଣାର ୪ ଘଣ୍ଟା ପରେ ଧାରଣରୁ ଓହରିଲେ ଉପାଧକ୍ଷା
  • >>
  • ଗଞ୍ଜେଇ ଚୋରା ଚାଲାଣ ବେଳେ ୪ ଗିରଫ କରିଛି ପୋଲିସ
  • >>
  • ଦକ୍ଷିଣ ଘୁମୁସର ବନଖଣ୍ଡ ପକ୍ଷରୁ ମେଗା ରକ୍ତଦାନ ଶିବିର - ୧୦୧ ୟୁନିଟ୍ ରକ୍ତ ସଂଗ୍ରହ
  • >>
  • ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଏକ ଦାବିପତ୍ର
  • ସରକାରୀ କେନାଲ କଲୋନୀ କାଳୀପୂଜା ପାଇଁ କଳସଯାତ୍ରା,


      ବରଗଡ଼------  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକେମ୍ପ ଛକ ସ୍ଥିତ ସରକାରୀ କେନାଲ ବିଭାଗ ପରିସରରେ ମା ଜଗତଜନନୀ ଶ୍ୟାମାକାଳୀ ପୂଜା ପାଇଁ  କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଘଣ୍ଟବାଦ୍ୟ,ଗଣ୍ଡା ବାଜା ସହ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମହିଳା ଭକ୍ତମାନେ କେମ୍ପ ଛକରୁ ଟାଙ୍ଗରପାଲି ରାସ୍ତାରେ ଥିବା ରେଲୱେ କ୍ରସିଂ ନିକଟରେ ଥିବା କେନାଲ ଘାଟ ଠାରେ ପହଞ୍ଚିଥିଲେ । ବିଧି ପୂର୍ବକ ପଣ୍ଡିତ ଅଚ୍ୟୁତାନନ୍ଦ ଶତପଥିଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ମାନସିକ କଳସ ମୁଣ୍ଡାଇ ମା କାଳୀଙ୍କ ପୀଠ ପର୍ଯ୍ୟନ୍ତ ଶୋଭଯାତ୍ରା ହୋଇଥିଲା ।  ଏସଡ଼ିଓ ରବୀନ୍ଦ୍ର କୁମାର ସେଠୀ,ସଂପାଦକ  କନିଷ୍ଠ ଯନ୍ତ୍ରୀ ସୁକାନ୍ତ ନାଏକ,କୋଷାଧକ୍ଷ ଅରୁଣ ହୋତା,ବୁର୍ଲା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜ କିଶୋର ଘଡେଇ ଓ ବୁର୍ଲା ମେନ ଡ୍ୟାମ ନିର୍ବାହୀ ଯନ୍ତ୍ରୀ ନିରାକାର ବିଶିଙ୍କ ତତ୍ୱାବଧାନରେ ଶୋଭଯାତ୍ରା ହୋଇଥିଲା । ସରକାରୀ କନିଷ୍ଠ ଯନ୍ତ୍ରୀ ରାଜକିଶୋର ମୁର୍ମୁ ଓ ତାଙ୍କ ଧର୍ମ ପତ୍ନୀ ଆଶୁଳତା ମୁର୍ମୁ କର୍ତ୍ତା କର୍ତ୍ତୀ ଭାବେ ଦାୟିତ୍ଵ ତୁଲାଇଥିଲେ ।   ମୁଖ୍ୟ ପୂଜକ ଭାବରେ ପଣ୍ଡିତ ଅଚ୍ୟୁତାନନ୍ଦ ଶତପଥି,ଚଣ୍ଡି ସାଧକ ପ୍ରଭାକର ଶତପଥି ଓ ତାଙ୍କ ସହଯୋଗୀ ପୂଜାକାର୍ଯ୍ୟ ତୁଲାଇଛନ୍ତି।ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ସକାଳୁ ଆସି ମା କାଳୀଙ୍କ ଠାରେ ଦ୍ବୀପ ପ୍ରଜ୍ବଳନ କରି ନିଜର ମାନସିକ କରିଥିଲେ। ସନ୍ଧ୍ୟା ସମୟରେ ଆଲୋକ ସାଜସଜ୍ଜାରେ ଝଲସି ଉଠିଥିଲା ମା ଙ୍କ ପୀଠସ୍ଥଳୀ। ମାନସିକଧାରୀଙ୍କ ଭିଡ଼ ତ ଲାଗି ରହିଥିଲା ତା ସାଙ୍ଗକୁ ମିନାବଜାର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା।ଏଠାରେ ଯିଏ ଯାହା ମାନସିକ କରିଥାନ୍ତି ତାହା ମା ପୂରଣ କରୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବିଶ୍ବାସ ରହିଛି । ଏହି କାର୍ଯ୍ୟକ୍ରମକୁ ରେଙ୍ଗାଳିପାଲି,ଦେବାହାଲ,ଜଂହାପଡା,ଦାସ ପଡା ତଥା ଆଖପାଖ ଗ୍ରାମର ଭଦ୍ରବ୍ୟକ୍ତି ଓ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ପୂର୍ଣ୍ଣ ସହଯୋଗ ରହିଛି । ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

    Blog Archive

    Popular Posts