Breaking News

କଣ୍ଢେଇ ନାଚ ମାଧ୍ୟମରେ ତେଲେଙ୍ଗାନା ରାଜ୍ୟର ପର୍ଯ୍ୟଟନସ୍ଥଳି ସମ୍ପର୍କରେ ପ୍ରଚାର

 A maliki
konark
କୋଣାର୍କ----- ହାଇଦ୍ରାବାଦର ଆସୋସିଏସନ ଫର ଦି ପ୍ରମୋଶନ ଅଫ ଦି ଆର୍ଟ ଅଫ ପପେଟ୍ରୀ (ଏପିପିଏ)ଙ୍କ ପକ୍ଷରୁ ବୁଧବାର ଅପରାହ୍ନରେ କୋଣାର୍କ ମେଡିକାଲ ଛକଠାରେ କଣ୍ଢେଇ ନାଚ ମାଧ୍ୟମରେ ତେଲେଙ୍ଗାନା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳି ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି । ତେଲେଙ୍ଗାନା ରାଜ୍ୟ ପ୍ରାକୃତିକ ବୈଭବ, ପ୍ରାଚିନ ଐତିହ୍ୟ, କଳା, ସଂସ୍କୃତି ସହିତ ଏଠାରେ ଥିବା ହାଇଦ୍ରାବାଦ ସହର, ଓରାଙ୍ଗାଲା ଦୂର୍ଗ, ନାଗାର୍ଜୁନ ସାଗରା, ୟୁଦୟଗିରିଗୁଟା, ବଶରା, ଭଦ୍ରଚଲମ, କୁନ୍ତଳା ଜଳପ୍ରପାତ, ଭିମୁଜାୱାଦା, ଆଲମପୁର, ମନଡ଼େକା, ୪ଶହ ବର୍ଷର ଚାରମିନାର, ଗୋଲକୋଣ୍ଡା ଦୂର୍ଗ, ନାଳଗୋଣ୍ଡା, ନିଜାମବାଦ, ମେଡାକ ଚର୍ଚ୍ଚ, ପିଲାଇମ୍ୟାରି, ଚୌମହାଲ, ଆଦିଲାବାଦ, ବିର୍ଲା ମନ୍ଦିର, ଯୋଗଲମ୍ବା ମନ୍ଦିର, କୋଲାନୁପାକା ମନ୍ଦିର, ରାମ୍ପା ମନ୍ଦିର, ରାମଜୀ ଫିଲ୍ମି ସିଟି ଭଳି ଅନେକ ଦର୍ଶନୀୟ ସ୍ଥାନ ରହିଛି । ଏହି ଦର୍ଶନୀୟ ସ୍ଥାନ ସମ୍ପର୍କରେ ଓଡିଶାର ଲୋକଙ୍କୁ ଅବଗତ କରାଇବା ପାଇଁ ଏପିପିଏର ସମ୍ପାଦିକା ଗାଞ୍ଜି ମାଧବୀ ଲତାଙ୍କ ନେତୃତ୍ୱରେ କଣ୍ଢେଇ ନାଚ ଦଳ ଅକ୍ଟୋବର ୨୪ ତାରିଖରୁ ମାଲକାନନିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, କେଉଁଝର, ଢେଙ୍କାନାଳ, ଦେଓଗଡ, ସମ୍ବଲପୁର ପ୍ରଭୁତି ଜିଲ୍ଲାମାନଙ୍କୁ ଯାଇ କଣ୍ଢେଇ ନାଚ ମାଧ୍ୟମରେ ତେଲଙ୍ଗାନା ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳି ସମ୍ପର୍କରେ ଅବଗତ କରାଉଛନ୍ତି । ଏପିପିଏର ସମ୍ପାଦିକା ଗାଞ୍ଜି ମାଧବୀ ଲତାଙ୍କା ଓ ତାଙ୍କ ସହଯୋଗୀ ଚାଲ ଉଦୟ ତେଜ, କୈଦୁରି କିଷ୍ଣା, ଏମ. ଶ୍ରୁଥିଙ୍କ ସହିତ ଓଡିଶାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣି ଚରଣ ଓ ସାଥିଙ୍କ ପକ୍ଷରୁ ବିଗତ ୨୦ବର୍ଷ ଧରୀ କଣ୍ଢେଇ ନାଚ ମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts