ଆଟିଆଇ ଛାତ୍ର ବାସୁଦେବ ଚେନ୍ନାଇରେ ଦାଦନ ଶ୍ରମିକ ; ତଦନ୍ତ ଆରମ୍ଭ
ହିଞିଳିକାଟୁ ------ହିଞିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ସରକାରୀ ଆଟିଆଇ କଲେଜ ଛାତ୍ର ଏକ ମାସ ତଳେ ହୋଷ୍ଟେଲରୁ ନିଖୋଜ ଘଟଣା ଏବେ ପଦାକୁ ଆସିଛି । ଛାତ୍ର ଜଣକ ହେଲେ ଆସିକା ଥାନା ପଢାଳ ଜୟପୁର ଅଞ୍ଚଳର ବାସୁଦେବ ନାହାକ । ସେ ନିଖୋଜ ଥିବା ନେଇ ନିଜ ଦାଦା ବିଜୟ କୁମାର ନାହାକଙ୍କ ଅଭିଯୋଗ କ୍ରମେ ହିଞିଳି ଥାନାରେ କେଶ ନଂ ୨୯୧/୧୯ ପ୍ରକାରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ପ୍ରକାଶ ଥାଉକି ବାସୁଦେବ ଆଇଟିଆଇ ହୋଷ୍ଟେଲରେ ପ୍ରଥମ ବର୍ଷ ଇଲେକ୍ଟ୍ରିକାଲ ବିଭାଗ ରେ ବାସୁଦେବ ପଢୁଥିଲେ । ଗତ ସେପ୍ଟେମ୍ବର ମାସରେ ଦାଦା ବିଜୟ ବାସୁଦେବଙ୍କ ସହ ଦେଖା କରିବା ପାଇଁ ଯାଇଥିଲେ । ହେଲେ ପୁତୁରା ସେଠାରେ ରହୁନଥିବା ଶୁଣି ବାକୁ ପାଇଥିଲେ । ଏନେଇ ସେ ହଷ୍ଟେଲ ରେ ସୁପରିଟେଣ୍ଙ୍କଙ୍କୁ ଯାଇ ପଚାରି ବୁଝିଥିଲେ ।୨ଦିନ ପୂର୍ବରୁ ବାସୁଦେବ ଗ୍ରାମକୁ ଯିବାକୁ କହି ଚାଲିଯାଇଥିବା ପରିଚାଳକ କହିଥିଲେ । ମାତ୍ର ସେଠାରେ ଥିବା ଛାତ୍ରମାନେ ଅନ୍ୟ ଜଣେ ଛାତ୍ରଙ୍କ ସହ ବାହରକୁ ଚାଲିଯାଇଥିବା କହିଥିଲେ । ପରେ ବିଜୟ ଆଖପାଖ ଅଞ୍ଚଳ ସମେତ ବନ୍ଧୁବାନ୍ଧବ ପଚରାଉଚରା କରି ଖୋଜା ଖୋଜି କରିଥିଲେ ମଧ୍ୟ ବାସୁଦେବର ପତ୍ତା ମିଳିନଥିଲା ।ପରେ ସେ ନିରାଶ ହୋଇ ହିଞିଳି ଥାନାରେ ଏତଲା ଦେଇଥିଲେ । ପୋଲିସ ଫୋନ ନଂ ଦ୍ୱାରା ବାସୁଦେବଙ୍କ ପତ୍ତା ପାଇଛନ୍ତି । ହଷ୍ଟେଲରୁ ସିଧା ଚାଲି ଯାଇ ଚେନାଇ ରାଜ୍ୟରେ ଦାଦନ ଖଟୁଥିବା ପୋଲିସକୁ ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଜନସାଧାରଣରେ ଦାବି ହୋଉଛି ।
ହିଞିଳିକାଟୁରୁ ପ୍ରିୟବ୍ରତ ପଣ୍ଡା