Breaking News

ସାକ୍ଷୀଗୋପିନାଥ ଦେବଙ୍କ ସମ୍ପତ୍ତି ଜବର ଦଖଲ ଉଛେଦ ପାଇଁ ଆରମ୍ଭ ହେଲା ପ୍ରକିୟା

ସାକ୍ଷୀଗୋପାଳ ----- ସାକ୍ଷୀଗୋପିନାଥ ଦେବଙ୍କ ବହୁ ମୁଲ୍ୟବାନ ସମ୍ପତି ବିଭିନ୍ନ ଲୋକମାନେ ଜୋର ଜବର ଦସ୍ତ ମାଡି ବସିଥିବା ବେଳେ ଅନ୍ୟ କେତକ ଲୋକମାନେ ଜାଲ କାଗଜ ପତ୍ର କରି ନିଜ ନାମରେ ପଟ୍ଟା କରି ନେଇଛନ୍ତି । ଏହା ବିରୁଧରେ ଦେବତ୍ତର ବିଭାଗ ପକ୍ଷରୁ ଏକ ମିସ କେସରୁଜ କରାଯାଇଥିଲା  । ଏହାକୁ ବିଚାର କରି ନ୍ୟାୟଳୟ ତୁରନ୍ତ ଠାକୁରଙ୍କ ସମ୍ପତି ଉଦ୍ଦାର କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଆସିଥିବା ଜଣାପଡିଛି । ଏହାକୁ ପାଥେୟ କରି ସତ୍ୟବାଦୀ ତହସିଲଦାରଙ୍କ ପକ୍ଷରୁ ସତ୍ୟବାଦୀ ତହସିଲ ଅଧିନସ୍ଥ ପେଣ୍ଠପଡା ଓ ଗୋପାଳପୁରପାଟଣା ମୌଜାରେ ଥିବା ପ୍ରାୟ ୪୦ ଗୋଟି ପ୍ଳଟରୁ ଜବର ଦଖଲ ଉଛେଦ ପାଇଁ ନୋଟିସ ଜାରି କରାଯାଇଛି । ଆଜି ପ୍ରଶାସନ ପକ୍ଷରୁ ଡାକବାଜି ଯୋଗେ ଏହି ପ୍ଳଟ ଗୁଡିକରୁ ତୁରନ୍ତ ଜବରଦଖଲ ଉଛେଦ କରିବା ପାଇଁ କୁହାଯାଇଛି  ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts