Breaking News

୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି

  ଭୁବନେଶ୍ୱର------ ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଆଜି ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଳାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଛୁଟି ରହିବ ବୋଲି ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଘୋଷଣା କରିଛନ୍ତି । ଗତକାଲି ପ୍ରବଳ ବର୍ଷା ଯୋଗୁଁ କଟକ, କେନ୍ଦ୍ରାପଡା. ଢ଼େଙ୍କାନାଳ, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍କୁଲ ଓ ଅଙ୍ଗନୱାଡି ଗୁଡିକ ଛୁଟି ଘୋଷଣା କରାଯାଇଥିଲା । ଏବେ ବର୍ଷା ସାଙ୍ଗକୁ ପବନ ଓ ଘଡଘଡି ମାରିବା ଆରମ୍ଭ ହୋଇଛି । ଏଣୁ ଦରକାର ନ ଥିଲେ ପିଲାମାନଙ୍କୁ ଘରୁ ବାହାରକୁ ଛାଡ଼ନ୍ତୁ ନାହିଁ । ଗୃହପାଳିତ ପଶୁ ମାନଙ୍କୁ ସୁରକ୍ଷିତ ଓ ଶୁଖିଲା ସ୍ଥାନରେ ରଖନ୍ତୁ। ଯଦି ଘର ଚାରିପାଖରେ ପାଣି ଜମା ହୋଇଥିଲେ ଘରର ପରିସ୍ଥିତି ଦେଖି ନିରାପଦ ସ୍ଥାନକୁ ଯିବା ପାଇଁ ବ୍ଳକ ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଧୀରେନ୍ଦ୍ର ସେନାପତି
sakhigopal news
satyabadi news
bhubaneswar news

Blog Archive

Popular Posts