Breaking News

ସୁଧର୍ମା ମହାସଂଘ ପକ୍ଷରୁ ଆଧ୍ୟାତ୍ମିକ ପ୍ରବଚନ

 B Biswal
Hatadhi News
ହାଟଡିହି---- ହାଟଡିହି ଏଲକଣିଆ ସ୍ଥିତ ପାଲା ମଣ୍ଡପ ଠାରେ ି ସୁଧର୍ମା ମହାସଂଘ ପକ୍ଷରୁ ୩ଦିନ ବ୍ୟାପ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ୨୪ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମଟି ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ କାଶୀନାଥ ମିଶ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତି, ଭବିଷ୍ୟତ ମାଳିକା ବିଷୟରେ ଆଲୋକପାତ କରୁଛନ୍ତି । ଶ୍ରୀଶ୍ରୀ ଭଗବାନ କଳକୀରାମ  ସତ୍ୟ ଅନନ୍ତ ମାଧବଙ୍କର ସତସଙ୍ଗ ଶୁଣିବାକୁ ଆଗ୍ରହୀ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ଆୟୋଜକ ରଘୁନାଇ ଦ୍ୱିବେଦୀ, ଦିବାର ପଣ୍ଡା, ଜ୍ୟୋତିରଞ୍ଜନ ଜେନା, ଦେବାଶିଷ ଖଣ୍ଡାୟୀ, ସୁଧର୍ମା ମହାସଂଘ ତାରିଣୀ ମଣ୍ଡଳ କେନ୍ଦୁଝର ପକ୍ଷରୁ ନିବେଦନ କରାଯାଇଛି  ।
 ହାଟଡିଡିରୁ ବିକାଶ ବିଶ୍ୱାଳ

Blog Archive

Popular Posts