ଡାକ୍ତର ଓ କର୍ମଚାରୀଙ୍କୁ ହତ୍ୟା ଧମକ ଯୁବକଙ୍କୁ ମହଙ୍ଗା ପଡିଲା
ଡେଲାଙ୍ଗ ----ଡେଲାଙ୍ଗ ମେଡିକାଲରେ ଡାକ୍ତର ଓ କର୍ମଚାରୀ ମାନଙ୍କୁ ଜୀବନରେ ମାରି ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ ହେଲେ । ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠି ଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ପୁଲିସ ୨୦୫/୧୯ରେ ମାମଲା କରିବା ସହ ୪ଜଣକୁ ଗିରଫ କରି କୋର୍ଟ ଚାଳଣ କରିଥିଲେ । ମାତ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ସେହି ଦିନ ଠାରୁ ଫେରାର ଥିଲେ । ବୁଧବାର ଦିନ ଡେଲାଙ୍ଗ ପୁଲିସ କୈାଣସି ସୁତ୍ରରୁ ଖବର ପାଇ ମୁଖ୍ୟ ଅଭିଯୁକ୍ତ ରାକେଶ ଜେନା(୧୯)ଙ୍କୁ ବେରବୋଇ ଗ୍ରାମରୁ ଗିରଫ କରିଛି । ଗୁରୁବାର ଦିନ ତାଙ୍କୁ କୋର୍ଟ ଚାଳଣ କରାଯିବ ବୋଲି ଡେଲାଙ୍ଗ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି