 |
Delang news |
ଡେଲାଙ୍ଗ --- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ଶିକ୍ଷିତ ଯୁବକ ମାନେ ରାଜ୍ୟ, ଅଞ୍ଚଳ ଓ ଗ୍ରାମର କିଛି ପରିବର୍ତ୍ତନ ନେଇ ଏକାଠି ହୋଇଛନ୍ତି । ଉକ୍ତ ଗ୍ରୁଫର ନାମ ଦେଇଛନ୍ତି ରୟାଲ ଡେଲାଙ୍ଗ -୨୨୨ ବୋଲି । ଏମାନଙ୍କର ମୁଖ୍ୟ ଲକ୍ଷ୍ୟ ଅସହାୟ ଗରିବ, ଲୋକମାନଙ୍କୁ ସାହାର୍ଯ୍ୟ ସହଯୋଗ । ଏହା ସହିତ ବିଭିନ୍ନ ଦିନରେ ବିଦ୍ୟାଳୟ ମାନଙ୍କରେ ପିଲା ମାନଙ୍କୁ ନେଇ ପ୍ରତିଯୋଗିତା, ସ୍ୱଚ୍ଛ ଭାରତ, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ କରାଯାଉଛି । ଆଜି ପବିତ୍ର ଦୀପାବଳି ଅବସରରେ ସକାଳୁ ସକାଳୁ ପଟ୍ଟନାକୟିଆ- ଡେଲାଙ୍ଗ ରାସ୍ତାର ହୁମର ଗ୍ରମ ଛକ ନିକଟ ମା ବିଲ କେନ୍ଦ୍ରେଶ୍ୱରୀଙ୍କ ପୀଠ ପରିସର ସଫେଇ କରାଯାଇଛି । ଏହା ସହିତ ନୂତନ ସଦସ୍ୟ ଗ୍ରହଣ କରାଯାଇଛି । ବିଶେଷ କରି ଏହି ଗ୍ରୁଫ ସବୁ ସମୟରେ ନୂତନ ଚିନ୍ତା ଧାରା ନେଇ କାର୍ଯ୍ୟକରୁଛି ବୋଲି ଅନୁଷ୍ଠାନର ସଭାପତି ସମୟ ରଞ୍ଜନ ବିଶ୍ୱାଳ କହିଛନ୍ତି । ସଫେଇ କାର୍ଯ୍ୟକ୍ରମରେ ସୁକାନ୍ତ ଜେନା, ଚୌଧୁରୀ ଅନିଲ କୁମାର ପ୍ରଧାନ, ମଣ୍ଟୁ ପାତ୍ର, ଆଶିଷ ନାୟକ, ରବିନାରାୟଣ ସ୍ୱାଇଁ, ମନୋଜ ସ୍ୱାଇଁ, ସୂର୍ଯ୍ୟକାନ୍ତ ପ୍ରଧାନ ଓ ଅନିଲ ସାହୁଙ୍କ ସହ ଅନ୍ୟ ସଦସ୍ୟ ମାନେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି