Breaking News

ଅଗ୍ନିକାଣ୍ଡଘଟି ଦୁଇ ବଖରା ଭସ୍ମିଭୂତ

ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳୀ ପଞ୍ଚାୟତ ଅନ୍ତର୍ଗତ କୋଚିଆଖାଲ  ଗ୍ରାମର ବଲ୍ଲଭ ପାଇକରାୟଙ୍କ ଘରେ  ଗତକାଲି ବିଳମ୍ବିତ ରାତିରେ  ଅଗ୍ନିକାଣ୍ଡ ଘଟି ଗୋଟିଏ ବାସଘର ଓ ଗୁହାଳ ଘର ଜଳିପୋଡି ପାଉଁଶ ହୋଇ ଯାଇଛି  । ସ୍ଥାନୀୟ ଲୋକମାନେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଗୁହାଳ ଘରେ ରହିଥିବା ବଳଦ ମଧ୍ୟରୁ ଗୋଟିଏ ବଳଦ ଆଂଶିକ ପୋଡି ହୋଇ ଯାଇଛି । ଆଜି ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡା ଘଟଣା ସ୍ଥଳରେ ପହଞ୍ଚି ବିପନ୍ନ ପରିବାରକୁ ପଲିଥିନ ଯୋଗାଇ ଦେଇଛନ୍ତି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା  

Blog Archive

Popular Posts