 |
Delang |
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ପରିସରରେ ଏଡିଏମ ପ୍ରଦୀପ୍ତ କୁମାର ସାହୁ ଜନଶୁଣାଣି କରିଥିଲେ । ମାତ୍ର ଜିଲ୍ଲାପାଳ ଓ ଏସପିଙ୍କ ଜନଶୂୁଣାଣି ହେବ ବୋଲି ଜାଣି ବହୁ ଲୋକ ସେମାନଙ୍କର ଅଭିଯୋଗ ଫର୍ଦ୍ଦ ଧରି ଆସିଥିଲେ । ମାତ୍ର ଶେଷରେ ସବୁ ଫସର ଫାଟି ଯାଇଥିଲା ।ଏପରିକି ବ୍ଳକ ଅଧ୍ୟକ୍ଷ ମଧ୍ୟ ବହୁ ବିଳମ୍ବରେ ଜାଣିଥିଲେ ବୋଲି ଦୁଖଃ ପ୍ରକାଶ କରିଥିଲେ । ବ୍ଳକ ପକ୍ଷରୁ ଜନଶୁଣାଣି ସମ୍ପର୍କରେ କହାରିକୁ ଜଣାଇ ଦିଆଯାଉ ନାହିଁ ବୋଲି ଜଣାପଡିଛି । । ଏହି ଜନଶୁଣାଣି ଏକ ପ୍ରହସନ ବୋଲି ଲୋକମାନେ କହିଛନ୍ତି । ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତର ସମିତିସଭ୍ୟା ହରପିୟା ରଥ ଅଭିଯୋଗ ଆଣିଥିଲେ ଯେ ପଞ୍ଚାୟତର ଗ୍ରାମ ରୋଜଗାର ସେବିକାଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପଞ୍ଚାୟତର ବହୁ ଅର୍ଥ ଖର୍ଚ୍ଚ ନ ହୋଇ ପଡି ରହିଛି । ସେହିପରି ଇନ୍ଦିପୁର ଗ୍ରାମର ଚାଷୀ ମାନେ ଶଗଡ ନେଇକି ଯାଉଥିବା ରାସ୍ତା ଅବରୋଧ, ସୁଜନପୁର- ପଟନପୁର ଆପ୍ରୋଚରାସ୍ତା ୮ ବର୍ଷ ହେଲା ହୋଇପାରୁନାହିଁ ବୋଲି ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ କୁମାର ରାଉତ , ମୁନିଦା ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ, ଆଇନଜୀବୀ ପ୍ରମୋଦ କୁମାର ପାତ୍ର ଅଭିଯୋଗ ଆଣିଛନ୍ତି । ସେହିପରି ଚାଇଁପୁର ସରପଞ୍ଚ ପ୍ରଦୁୃମ୍ନ ପରିଡା ଅଭିଯୋଗ ଆଣିଛନ୍ତି ତାଙ୍କ ପଞ୍ଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ କରାଯାଉନାହିଁ । ମାତ୍ର ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନେ ନିରାଶ ହୋଇ ଫେରିଥିଲେ । ପୂର୍ବ ଜନଶୁଣାଣି ପରି ଏଥିର ମଧ୍ୟ ସେହପିର ଲୋକମାନେ ଭର୍ତ୍ତା, ରାଶନ କାର୍ଡ, ଘରଭଙ୍ଗା, କାଳିଆ ଯୋଜନା, ରାସ୍ତା, ପାନୀୟ ଜଳ ଆଦି ସମ୍ପର୍କରେ ପ୍ରାୟ ୩ଶହରୁ ଅଧିକ ଅଭିଯୋଗ ଆସିଥିବାର ଜଣାପଡିଛି । ମାତ୍ର ସେଥି ମଧ୍ୟରୁ ଗୋଟିଏ ଅଭିଯୋଗ ଫଇସଲା ହୋଇପାରିନଥିବା ଜଣାପଡିଛି । ଏସଡିପିଓ ଦେବଦତ୍ତ ବରାଳ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ତହସିଲଦାର ରାଜେନ୍ଦ୍ର ଆଚାରୀଆ, ବିଡିଓ କ୍ଷୀରୋଦ ପ୍ରଧାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ , ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଙ୍କ ସହିତ ବ୍ଳ୍କର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି