Breaking News

ସର୍ବଭାରତୀୟ ମୁସଲିମ ସୁନ୍ନି ସମ୍ପ୍ରଦାୟର ଧର୍ମ ସମ୍ମିଳନୀ

 J panda
Bejunia
ବେଗୁନିଆ----ବେଗୁନିଆ ଥାନା ଅନ୍ତର୍ଗତ କଡବ ଗ୍ରାମରେ ଏକ ସର୍ବଭାରତୀୟ  ମୁସଲିମ ଧର୍ମ ସମ୍ମିଳନୀ ଗତ ବୁଧବାର ଦିନ  ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକମକୁ ଆୟୋଜନ କରିଥିଲେ ସ୍ଥାନୀୟ ସୁନ୍ନୀ ବସ୍ତିର ମୁରବୀ ଓ ଯୁବକ ମାନେ  । କଡବ ଇସଲାମ କମିଟିର ମୁଖ୍ୟ  ଶେକ ଇସହାକ ତରଫଦାରଙ୍କ ତଚ୍ଛ୍ୱବଧାନରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ  ବହୁ ମୁସଲିମ ଧର୍ମଗୁରୁ ମୌଲବୀ ଓ ଆଲିମ ଯୋଗ ଦେଇ ପ୍ରତ୍ୟେକ  ଇସଲାମୀୟ ମହମ୍ମଦଙ୍କ  ଅହିଂସାର ବାର୍ତ୍ତାକୁ ମାନବ ସମାଜ ହିତରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଦୈନନ୍ଦିନ ଜୀବନକୁ  ଶୃଙ୍ଖଳିତ ଓ ସନ୍ତୁଳିତ କରିବା ପାଇଁ ପ୍ରତ୍ୟହ କୋରାନ ପାଠ ସହ  ନମାଜ,ରୋଜା,ଜକାତ ଓ ହଜ ଆଦି  ଧର୍ମୀୟ କାର୍ଯ୍ୟଧାରାକୁ  ବଜାୟ ରଖିବା ପାଇଁ  ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ କରି ଆୟୋଜିତ ଏଭଳି  ଏକ ଧର୍ମସଭାରେ  ରାଜ୍ୟ ଓ ଦେଶର ବିଭିନ୍ନ ୪୧ଟି ସୁନ୍ନି ବସ୍ତିରୁ ୮ ହଜାରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇ ଶୁଦ୍ଧ ରାଷ୍ଟ୍ରୀୟ  ଓ ଧର୍ମୀୟ ଭାବନାରେ ଉଦବୁଦ୍ଧ ହେବା ପାଇଁ ଶପଥ ନେଇଥିଲେ  ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts