Breaking News

ପ୍ରଶାସନ ଶୁଣିଲା ନାହିଁ ଶେଷରେ ଗ୍ରାମବାସୀ ପୋଖରୀ ସଫା କଲେ

ବରଗଡ଼ ----- ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ନିଲେଇପାଲି ଗ୍ରାମରେ ଥିବା ବଡ଼ ପୋଖରୀ ସଫେଇ କରିଛନ୍ତି । ଏହି ପୋଖରୀ ଉପରେ ଗ୍ରାମବାସୀ ମାନେ ନିର୍ଭର କରିଥାନ୍ତି । ଏବେ ପୋଖରୀ ଅବସ୍ଥା ଶୋଚନୀୟ ହୋଇପଡିଛି। ଏ ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଓ ବ୍ଳକ ପ୍ରଶାସନ ଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ନାମକୁ କେବଳ ଫଟୋ ଓ କାଗଜ୍ର କଲମରେ ଚାଲିଛି ବୋଲି ଲୋକମାନେ କହନ୍ତି । ଅତାବିରା ବ୍ଲକରେ ସ୍ବଚ୍ଛ ଭାରତ ଅଭିଯାନ ସମ୍ପୁର୍ଣ୍ଣ ବିଫଳ ହୋଇଛି । ଉକ୍ତ ଗ୍ରାମରେ ଏକ ବୈଠକ କରାଯାଇ ଗ୍ରାମବାସି ମାନେ ମିଳିତ ଭାବେ ପୋଖରୀ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟ ପକ୍ଷେ ଗତବର୍ଷ ମଧ୍ୟ ଗ୍ରାମବାସୀମାନେ ପୋଖରୀ ସଫେଇ ୈୈୈକରିଥିଲେ । ଶୁଣିବାକୁ ମିଳୁଛି ଯେ ଏହି ପୋଖରୀ ସଫେଇ କରିଲେ ଗ୍ରାମବାସୀ ମାତ୍ର ବିଲ ଅନ୍ୟ ଜଣେ କରିଥିବା ଶୁଣିବାକୁ ମିଳୁଛି ।ଏଣୁ ବରଗଡ଼ ଜିଲ୍ଲାପାଳ ତୁରନ୍ତ ଏ ଦିଗପ୍ରତି ନଜର ଦେବା ସହ ନିଲେଇପାଲି ଗ୍ରାମବାସି ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ
sakhigopal news satyabadi news, baragarh news
prasasan sunila nahin sesare gramabasi pokhari safa kale


 sakhigopal news
satyabadi news
bargarh news
prasasan sunila nahin sesare gramabasi pokhari safa kale

Blog Archive

Popular Posts