ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘର କର୍ମକର୍ତ୍ତା ଚୟନ
ସାକ୍ଷୀଗୋପାଳ -------- ସତ୍ୟବାଦୀ ବ୍ୱକୁଳବନ ପରିସରରେ ପୁରୀ ଜିଲ୍ଲାର ଆଶାୟୀ କନିଷ୍ଠ ଶିକ୍ଷକ ସଂଘର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଞ୍ଜନ ରାଉତଙ୍କ ପ୍ରସ୍ତାବ କ୍ରମେ ସଂଘର ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ସଂଘର ସଭାପତି ଭାବେ ପ୍ରଶବ କୁମାର ଜେନା, ଉପସଭାପତି ବିଶ୍ୱଜିତି ବସ୍ତିଆ, ସମ୍ପାଦକ ସନ୍ତୋଷ ବିଶ୍ୱାଳ , ସହ ସମ୍ପାଦକ ସୁଶାନ୍ତ କୁମାର ପରିଡା ଓ କୋଷାଧ୍ୟକ୍ଷ ଅଞ୍ଜନ ରାଉତଙ୍କୁ ସବସମ୍ମତ ିକ୍ରମେ ମନୋନୀତି କରାଯାଇଛି । ଅନୁଷ୍ଠିତ ସଭାରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧ୍ୟଶରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି