ବେଗୁନିଆରେ ୮୦ ମିଲି ମି ବର୍ଷା,ଘରଭାଙ୍ଗି ଜଣେ ମହିଳା ଆହତ
ବେଗୁନିଆ--- ବେଗୁନିଆରେ ଲଘୁଚାପ ବର୍ଷା ୮୦ ମିଲିମି ହୋଇଥିବା ଆକଳନ କରାଯାଇଛି । ବେଗୁନିଆ ବ୍ଲକର ୨୧ ଗୋଟି ପଞ୍ଚାୟତର ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ବେହାଲ ହୋଇ ପଡିଛି । ଭାରତର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଅଟ୍ରୀସ୍ଥିତ ଉଷ୍ଣପ୍ରତ୍ସବଣ ଭିତରେ ପ୍ରାୟ ୪ ଫୁଟର ପାଣି, କରଡଗାଡିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ପାଣି ଜମି ନିଷ୍କାସନ ହୋଇ ପାରି ନାହିଁ । ଯାହା ଫଳରେ ଅଟ୍ରୀକୁ ଆସୁଥିବା ପର୍ଯ୍ୟଟକ ମାନେ ଉଷ୍ଣପ୍ରତ୍ସବଣ ଦେଖିବାରୁ ନିରାଶ ହୋଇ ଫେରୁଛନ୍ତି । ବାଘମାରୀ,ଶୀମୋରର କିଛି ଅଁଶ,ସାରୁଅ,ପୋଡାଡିହ,ଦିନିୟାରୀ ପଞ୍ଚାୟତର ୧୪୦ ହେକ୍ଟର ଜମିରେ ପାଚିଲା ଧାନରେ ପାଣି ଜମି ରହିଥିବାର ସହକାରୀ କୃଷିଅଧିକାରୀ ରତିକାନ୍ତ ପଟ୍ଟନାୟକଙ୍କ ଠାରୁ ପ୍ରକାଶ । ସେହିଭଳି ପ୍ରାୟ ଅଧିକାଂଶ ସ୍ଥାନରେ ଧାନ ଜମିରେ ପାଣି ଜମିଥିବା କହନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେକେତେ ଧାନ ଫସଲନଷ୍ଟ ହେବ ତାହା ସ୍ପଷ୍ଟ ହୋଇଯିବ ବୋଲି କହିଥିଲେ । ସେହିପରି ଦେଉଳୀ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମର ତ୍ରିନାଥ ବିଶ୍ୱାଳଙ୍କ ପତ୍ନୀ ଶାନ୍ତିଲତା ଘରେ ରୋଷେଇ କରୁଥିବା ବେଳେ କାନ୍ଥ ଭାଙ୍ଗି ପଡିବାର ସେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏମସ ହସପିଟାଲରେ ଚିକିତ୍ସିତ ହେଉଥିବାର ଜଣା ପଡିଛି ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା