Breaking News

ସାମାନ୍ୟ କଥାକୁ ନେଇ ମାକୁ ଆକ୍ରମଣ କରି ପୁଅ ଗିରଫ

ଡେଲାଙ୍ଗ---- ନିଜର ହିତାହତ ଜ୍ଞାନ ହରାଇ ଜନ୍ମକଲା ମାକୁ ବଡପୁଅ କଟୁରୀରେ ମା ମୁଣ୍ଡକୁ ହାଣି ଗିରଫ  । ଯାହାକି ଡେଲାଙ୍ଗରେ ଏବେ ଚର୍ଚ୍ଚାର ବିସୟ ହୋଇଛି ।  ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ପଞ୍ଚାୟତର ବ୍ରାହ୍ମଣବାଡ ଗ୍ରାମରେ ରୋଗିଣା ବାପା ଓ ବୃଦ୍ଧା ମାକୁ ମାଡ ମାରିବା ସହିତ ଏକ କଟୁରୀରେ ମାକୁ ହାଣି ଦେଇଥିବା ନେଇ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ଥାନା କେଶ ନମ୍ବର ୨୦୭/୧୯ରେ  ଲକ୍ଷ୍ମୀଧର ମହାନ୍ତିକୁ ପୁଲିସ  ଗିରଫ କରିଛି । ପାରିବାରିକ କଳହକୁ ନେଇ ବଡ ପୁଅ ଲକ୍ଷ୍ମୀଧର  ବାପା ଓ ମାକୁ ମାଡ ମାରିବା ସହ କଟୁରୀରେ ମା କୁ ହାଣି ଦେଇଥିବା ନେଇ ସାନଭାଇ ଜିତେନ୍ଦ୍ର କୁମାର ମହାନ୍ତି ବୁଧବାର ରାତିରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି  । ଏହା ପୁର୍ବ ରୁ ବାପା ଓ ମା କୁ ମାଡ ମାରିବା ଯୋଗୁ ଡେଲାଙ୍ଗ ଥାନା କେଶ ନମ୍ବର ୨୦୦/୧୮ରେ ଲକ୍ଷ୍ମୀଧର ଗିରଫ ହୋଇଥିଲା  ।   ଜେଲରୁ ଫେରିବା ପରେ ପୁଣି ବାଡଭାଇ ଘରେ ଆତଙ୍କରାଜ ଚଳାଇବାରୁ  ପରିବାର ଲୋକ ଭୟଭିତ ଅବସ୍ଥାରେ ରହିଛନ୍ତି । ଡେଲାଙ୍ଗ ପୁଲିସ ହତ୍ୟା କରିବା ଅଭିଯୋଗରେ ଗିରଫ କରି ଶ୍ରୀ ମହାନ୍ତିଙ୍କୁ  କୋର୍ଟ ଚାଳଣ କରାଯାଇଛି ବୋଲି  ଥାନା ଅଧିକାରୀ ରଶ୍ମୀ ରଂଜନ ପଟ୍ଟନାୟକଙ୍କ ଠାରୁ ସୁଚନା  ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts