ଜୟନ୍ତ ସ୍ୱାଇଁ ବଡରମ୍ପାସ ୟୁପି ସ୍କୁଲ କମିଟି ସଭାପତି ମନୋନୀତ
ହାଟଡ଼ିହି----ବଡରମ୍ପାସ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଜୟନ୍ତ କୁମାର ସ୍ୱାଇଁ ଧର୍ମଗୁଳାରେ ବିଜୟୀ ହୋଇଛନ୍ତି । ଏହି ସଭାପତି ପଦପାଇଁ ଭୀମସେନ ପେରେଇ ଓ ଜୟନ୍ତ ମହାନ୍ତି ନାମକ ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଉଭୟ ସମାନ ସଂଖ୍ୟକ ସମର୍ଥନ ପାଇବାରୁ ଧର୍ମଗୁଳାର ସହାଯ୍ୟ ନିଆଯାଇଥିଲା । ଏଥିରେ ଜୟନ୍ତ କୁମାର ସ୍ୱାଇଁ ବିଜୟୀ ହୋଇଥିଲେ । ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଜେନାଙ୍କ ସଂଯୋଜନାରେ ବୈଠକ ଅନୁଷ୍ଠିତ ହୋଇଥିଲା । ମିନତୀ ପେରେଇ, ସୀତା ଜେନା, ସୁଶମା ଦାସ, ଗୋବିନ୍ଦ ସାହୁ, ଅନ୍ନପୁର୍ଣ୍ଣା ବିଶ୍ୱାଳ, ପଦ୍ମନାଭ ଆୟଚ, ସଶ୍ମିତା ସାହୁ, ଗୋବର୍ଦ୍ଧନ ସାହୁ, ପଞ୍ଚାନନ ଜେନା, ବିଷ୍ଣୁମୋହନ ଜେନା ପ୍ରମୁଖ ଯୋଗଦେଇଥିଲେ ।
ହାଟଡିହିରୁ ବିାକଶ ବିଶ୍ୱାଳ
ହାଟଡିହିରୁ ବିାକଶ ବିଶ୍ୱାଳ