Breaking News

ବିଜୁ ଯୁବ ଜନତାର ସଚେତନତା କାର୍ଯ୍ୟକ୍ରମ

 D Behera
Bari

 ବରୀ ---- ବିଜୁ ଯୁବ ବାହୀନି ତରଫରୁ  ସର୍ତକ ହୁଅନ୍ତୁ ସୁରକ୍ଷିତ ରୁହନ୍ତୁ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରୀ ବ୍ଲକ ବିଡିଓ ଶୁଭଶ୍ରୀ ତ୍ରିପାଠୀ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପୁରଣା ତହସିଲ ଠାରୁ ବରୀ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସରକାର ନିୟମ ଓ ବିଭିନ୍ନ ସ୍ଲୋଗାନ ମାନ ଦେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା  । ବିଜୁ ଯୁବ ବାହିନୀ ଦ୍ୱାରା ସଡକ ସୁରକ୍ଷା ଓ ନିୟମ ସମ୍ବଦ୍ଧିୟ ସଚେତନତା ଅଭିଯାନ ମୋଟର ଯାନର ନୂଆ ନିୟମ ମାନି ଗାଡି ଚଳାଇବା ପାଇଁ  ସଚେତନ କରାଯାଇଥିଲା  । ସଡକ ସୁରକ୍ଷା ଜୀବନ ରକ୍ଷା  ବେପାରୁଆ ଭାବେ ଗାଡି ଚଳାଇ ଜୀବନ ଦିଅନ୍ତୁ ନାହିଁ ।  ଅଭିମନ୍ୟୁ ମିଶ୍ର ଓ ସାଥି  ପ୍ରତାପ ଦାସ  ଜମରାଜ ,ଜମରାଜ ଦୁତ ସାଜି ଲୋକମାନଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ସଚେତନ କରିଥିଲେ । ହେଲମେଟ ପିନ୍ଧି ଗାଡି ଚାଳନା କରିବା, ଗାଡି ଚାଳନା ବେଳେ  ମୋବାଇଲ ଫୋନ ବ୍ୟବହାର ନ କରିବା, ସିଟ ବେଲଟ ବାନ୍ଧିବା, ଗାଡିର କାଗଜ ପତ୍ର ରଖିବା,ଡ୍ରାଇଭିଙ୍ଗି ଲାଇସେନ୍ସ, ଗାଡିର ଇନସୁରାନ୍ସ,ଆରସି ବୁକ,ପଲୁସନ ସାର୍ଟିଫିକେଟ, ଆଦି ସମସ୍ତ ଗାଡିର କାଗଜ ପତ୍ର ସର୍ବଦା ନିଜ ପାଖରେ ରଖିବା ।  ବେପାରୁଆ ଭାବେ ଗାଡି ନ ଚଳାଇବା  ଓ ମଦ୍ୟପାନ କରି ଗାଡି ନ ଚଳାଇବାକୁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରୀ ବ୍ଲକ ଜିପିଓ ଲକ୍ଷ୍ମୀଧର ମହାରଣା, ଟ୍ରାଫିକ ସବ ଇନସପେକ୍ଟର ସୁମନ୍ତ ପାତ୍ର । ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ,ସରପଞ୍ଚ  କେଦାର ସାମଲ.ସନ୍ତୋଷ ସାମଲ,ଶରତ ଜେନା,ସମିର ମଲ୍ଲିକ,ବରୀ ବ୍ଲକ ଯୁବ ବାହୀନୀର ସଂଯୋଜକ କଋଷ୍ଣ ଚନ୍ଦ୍ର ପତି, ଯାଜପୁର ଜିଲ୍ଲା ଯୁବ ବାହିନୀ ସଂଯୋଜକ, ବିଶ୍ୱ ରଂଜନ ନାୟକ, ବରୀ ବ୍ଲକ ସଭାପତି ବିରେନ କୁମାର ରାଉତ.ତୁଷାର କାନ୍ତ ଶାନ୍ତି, ସଂଗ୍ରାମ ସାହୁ,ଅଭିମନ୍ୟୁ ଓଝା, ଅର୍ପତା ଶାନ୍ତି,ଦିପାଂଜଳି ସାହୁ,ମୋନାଲିସା ଜେନା ସହ ବହୁ ଯୁବ ବାହିନୀ ସଦସ୍ୟ ଉପସ୍ଥିତ ଥିଲେ ।ଏହି ସଚେତନ ରଥ ପ୍ରତ୍ୟେକ ପଂଚାୟତ ବୁଲି ଲୋକମାନଙ୍କୁ ସଚେତନ କରିବ ବୋଲି ବ୍ଲକ ବିଜୁ ଯୁବ ବାହିନୀ , ସଭାପତି ବିରେନ କୁମାର ରାଉତ ସୂଚନା ଦେଇଛନ୍ତି ।
ବରୀ, ଯାଯପୁରରୁ ଦର୍ଶନ ବେହେରାଙ୍କ ରିର୍ପୋଟ



Blog Archive

Popular Posts