Breaking News

ବିଦ୍ୟୁତ ସର୍ଟ ସର୍କିଟରୁ ଗୋଦାମ ଘରେ ଅଗ୍ନିକାଣ୍ଡ

ଡେଲାଙ୍ଗ----- ଡେଲାଙ୍ଗ ହାଟ ବଜାର ସ୍ଥିତ ପଞ୍ଚାୟତ ମାର୍କେଟ କମ୍ପେକ୍ସର ଏକ ଗୋଦାମ ଘରେ ବିଦ୍ୟୁତ ସର୍ଟ ସର୍କିଟ ଘଟି ୫୦ ହଜାର ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି  । ଘଟଣାରୁ ପ୍ରକାଶ ଯେ ଡେଲାଙ୍ଗ କୋଠବାଡ ଗ୍ରାମର ଦୋଳ ଗୋବିନ୍ଦ ସାହୁ ଘର ଭଡା ନେଇ ବିସ୍କୁଟ, ଶୁଖିଲା ଖାଦ୍ୟ, କୁରୁକୁରୀ, ପାନୀୟ ଥଣ୍ଡା ଆଦି ଗୋଦାମ ଘର କରି ରଖିଥଲେ  । ଆଜି ସକାଳେ ପାଖ ପରିବା ଦେକାନୀ ଅଶୋକ ସାହୁ ଆଜି ସକାଳେ ଦେକାନ ଖୋଲିବା ପାଇଁ ଆସିଥିଲେ  । ଦେକାନ ଖୋଲିବା ବେଳକୁ ଦେକାନ ଘର ବନ୍ଦ ରହିଛି ମାତ୍ର ଭିତରୁ ପୋଡା ଗନ୍ଦ ସହ ଧୁଆଁ ବାହାରୁଛି । ପାଟି କରି ଲୋକମାନଙ୍କୁ ଡାକିବା ସହ ତୁରନ୍ତ ତାଙ୍କ ଘରକୁ ଖବର ଦିଆଯାଇଥିଲା  । ଘର ଖୋଲିବା ବେଳକୁ ପ୍ରାୟ ୫୦ ହଜାର ଟଙ୍କାର ବିସ୍ୁଟ, କୁରୁକୁରୀ, ଥଣ୍ଡା, ଶୁଖିଲାଖାଦ୍ୟ ପୋଡି ଯାଇଛି  । ଖବର ପାଇ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ଅନୀତା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ତହସିଲଦାରଙ୍କୁ ଜଣାଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ତୁରନ୍ତ ବ୍ୟବସାୟୀଙ୍କୁ କ୍ଷତିପୁରଣ ଦେବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts