ଲଗାଣ ବର୍ଷାରେ ଘର ଭାଙ୍ଗିଲା
ହାଟଡିହି----ହାଟଡିହି ବ୍ଲକ ମରୈଗାଁ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଦୁଇଟି ପରିବାରର ଘର ଭାଙ୍ଗି ଯାଇଥିବାବେଳେ ସେମାନେ ବେସାହାରା ହୋଇପଡିଛନ୍ତି । ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିବା ଫଳରେ ଗାଁର ପଦ୍ମଲୋଚନ ପଣ୍ଡା ଓ ପଞ୍ଚାନନ ପଣ୍ଡାଙ୍କ ଘର ଦୁଇଟି ସମ୍ପୁର୍ଣ୍ଣ ଭୁଷୁଡି ପଡିଛି । ସେମାନେ ପଲିଥିନି ଟାଙ୍ଗି ଏବେ ବାସକରୁଛନ୍ତି । ଏନେଇ ଦୁଇ ପରିବାର ଲୋକେ ହାଟଡିହି ତହସିଲଦାରଙ୍କୁ ଜଣାଇ ଥିଲେ ମଧ୍ୟ ତାଙ୍କୁ ସରକାରୀ ସାହାର୍ଯ୍ୟ ଏ ପର୍ଯ୍ୟନ୍ତ ମିଳିନାହିଁ । ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଦୁଇ ପରିବାର ସହ ଗ୍ରାମବାସୀ ମାନେ ତହସଇଲଦାରଙ୍କୁ ନିବେଦନ କରିଛନ୍ତି ।
ହାଟଡିହିରୁ ବିକାଶ ବଶ୍ୱାଳ
ହାଟଡିହିରୁ ବିକାଶ ବଶ୍ୱାଳ
![]() |
HataDhi news |