Breaking News

ନିଆରା ଢଙ୍ଗରେ ଗ୍ରାମ ଶ୍ମଶାନରେ ଦୀପାବଳି ପାଳିଲେ ଡିଙ୍ଗର ଗ୍ରାମବାସୀ

 J panda
Beagunia news
ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ଅଧିବାସୀ ମାନେ ବାଣ ନଫୁଟାଇ ଅଭିନବ ଭାବରେ  ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଘରର ଦାଣ୍ଡ ଦୁଆରରେ ବା ମନ୍ଦିର, ମଠ ମାନଙ୍କରେ ଦୀପାବଳି ପର୍ବ ପାଳନ ହୋଇଥାଏ  । ମାତ୍ର କେବେ ମଶାଣୀ ବା ଶଶ୍ମାନରେ ଦୀପାବଳି ପାଳନ ହେବା କଥା କେହି ଶୁଣିନଥିବେ  । ବେଗୁନିଆ ବ୍ଳକର ଡିଙ୍ଗର ଗ୍ରାମବାସୀ ମାନେ ଶଶଦ୍ମାନରେ ପାଳିଛନ୍ତି ଦୀପାବଳି । ସନ୍ଧ୍ୟାରେ ଗ୍ରାମ ଶ୍ମଶାନ ପରିସରରେ  ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଗ୍ରାମବାସୀମାନେ ଏକାଠି ହୋଇ ପିତୃପୁରୁଷ ଓ ଦେଶର ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରିଥିଲେ । ଏ ନେଇ ଆୟୋଜିତ ସଭାରେ ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ  ମଦନ ମୋହନ ମାର୍ଥା  ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ଦେବେନ୍ଦ୍ର ବିଷୋୟୀ ବେଦପାଠ କରିଥିଲେ । ସମାଜସେବୀ ଲଳିତ ମୋହନ ନାଗ କାର୍ଯ୍ୟକ୍ରମକୁ  ସଂଯୋଜନା କରିଥିଲେ  ।  ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ,ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ସ୍ଥାନୀୟ ସରପଞ୍ଚ ଶିବପ୍ରସାଦ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଗ୍ରାମବାସୀଙ୍କ ଏଭଳି ଅଭିନବ ଓ ସଂସ୍କାରଧର୍ମୀ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଗତ ତିନି ବର୍ଷ ଧରି ଗାଁ ମଶାଣି ପରିସରରେ  ବିଭିନ୍ନ ବୃକ୍ଷଲତା ଲଗାଇ ଏକ ସୁନ୍ଦର ପରିବେଶ ତିଆରି କରିବାରେ ମୁଖ୍ୟ ଭୂମିକା ନେଇଥିବା ବିଶ୍ୱନାଥ ମାର୍ଥା  ଓ ତାଙ୍କର ସହଯୋଗୀ  ବିମ୍ବାଧର ମହାରଣାଙ୍କୁ  ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ,ସମାଜସେବୀ ମାନସ କୁମାର ଦାସ,କାର୍ତିକେଶ୍ୱର ସାହୁ ,ସୁବାସ ଚନ୍ଦ୍ର ପଟ୍ଟନାୟକ,ଲକ୍ଷ୍ମୀଧର ବେହେରା,ଡଃ ସୋମନାଥ ବିଷୋୟୀ,ଅଭିନ୍ନ ବିଶ୍ୱାଳ,ଦୀନବନ୍ଧୁ ନାଗ,ଖୁକା ବିଶ୍ୱାଳ ଓ ବାସୁଦେବ ବିଶ୍ୱାଳଙ୍କ ସମେତ ବହୁ ଗ୍ରାମବାସୀ ଓ ଗଣମାଧ୍ୟମ ପ୍ରତନିିଧି ଯୋଗ ଦେଇ ଉତ୍ସାହିତ କରିଥିଲେ । ଶେଷରେ ସୋମନାଥ ସାହୁ  ଧନ୍ୟବାଦ ଦେଇଥିଲେ ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା  

Blog Archive

Popular Posts