Breaking News

ଲଗାଣ ବର୍ଷାରେ ପିପିଲି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ

ପିପିଲି----- ଲଘୁଚାପ ଜନିତ ଲଗାଣ ବର୍ଷାରେ ପିପିଲି ଅଞ୍ଚଳର ଚାଷୀମାନଙ୍କର ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ଶହ ଶହ ଏକର  ଧାନ ବିଲରେ ପାଣିରେ ବୁଡି ଯାଇଛି  । ଅନେକ ଜମିରେ ଥୋଡ ଓ ପାଚିଲା ଧାନ କ୍ଷତିଗ୍ରସ୍ତ ହୋଇଛି । ଜମିରୁ ନିଷ୍କାସନ ପାଇଁ ରହିଥିବା ସଫେଇ ନାଳ ଗୁଡିକ ଯଥା ସମୟରେ ସଫେଇ ହୋଇନଥିବାରୁ ବିଶେଷତଃ ବିଭାଗୀୟ କତୃପକ୍ଷ  ଦୃଷ୍ଟି ନଦେବାରୁ ଏଭଳି ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଥିବା ଚାଷି ମାନେ କହନ୍ତି  । ସେହିପରୀ ପରିବା ଚାଷୀଙ୍କର ମଧ୍ୟ ବ୍ୟାପକ କ୍ଷତି ଘଟିଛି । କୋବି,ମୁଳା,ବାଇଗଣ ,ଶାଗ,ଟମାଟୋ ଆଦି ଫସଲ ନଷ୍ଟ ହୋଇଯାଇଛି  । କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଚାଷୀଙ୍କ ମହଲରେ ଦାବି ହୋଇଛି  । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀଙ୍କ ନିଦ୍ଦେର୍ଶ କ୍ରମେ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ସୋମବାର ବିଭିନ୍ନ ପଞ୍ଚାୟତ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରି ଏକ ରିପୋର୍ଟ ବିଧାୟକଙ୍କୁ ଦେଇଥିବା ଜଣାପଡିଛି  । ବାତ୍ୟା ପରଠାରୁ ଅଂଚଳର ବିଭିନ୍ନ ସଫେଇନାଳ, ନୟନଜୋରିରେ ଗଛପତ୍ର ପଡି ରହି ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି  । ଏ ସମ୍ପର୍କରେ ବାରମ୍ବାର ଦାବି ସତ୍ୱେ ସଫେଇନାଳ ଓ ନୟନଜୋରିକୁ ସଫା କରା ନଯିବାରୁ ଚାଷ ଜିମରୁ ଜଳ ନିଷ୍କାସନ ହୋଇପାରୁନଥିବା ସଂପର୍କରେ ଶ୍ରୀସାହୁ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି  । ଏସଂପର୍କରେ ଶ୍ରୀସାହୁ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  ।
ପିପିଲିରୁ ବିଜୟ କୁମାର ମହାପା୍ତ୍ର
 D senapati
Pipili

Blog Archive

Popular Posts