ମେଣ୍ଢା ଖାଇ ପୋଲ ଉପରେ ୩ ଫୁଟ ଉଚ୍ଚ ରେ ପାଣିର ସୁଅ ଚାଲିଛି
ଟାଙ୍ଗୀ----- ଦୁଇ ଦିନ ଧରି ଲଗୁଚାପ ଜନିତ ବର୍ଷା ହେବରୁ ର ସାରା ରାଜ୍ୟ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି । କଟକ ଜିଲ୍ଲା ଟାଙ୍ଗୀ ଭଟ୍ଟିମୁଣ୍ଡା ର ମୁଖ୍ୟ ରାସ୍ତା ମେଣ୍ଢା ଖାଇ ପୋଲ ଉପରେ ୩ ଫୁଟ ଉଚ୍ଚତାରେ ପାଣି ପ୍ରଭାବିତ ହେବାରରୁ ଯାତାୟତ ପୁରା ଠପ ହୋଇ ଯାଇଛି। ବହୁ କଷ୍ଟ ରେ ଚାରିଚକିଆ ଗାଡି ବିପଦ ଅବସ୍ଥାରେ ଯାଉଥିବା ବେଳେ ବାଇକ ଛୋଟ ଚକ ଗାଡି ଓ ସାଇକେଲ ସେହି ପୋଲ ଦେଇ ଯାତାୟତ କରିପାରୁ ନାହାନ୍ତି। ପ୍ରତିଦିନ ହାଜର ହଜାର ଲୋକ ଓ ବ୍ୟବସାୟୀ ମାନେ ଏହି ପୋଲ ଦେଇ ଟାଙ୍ଗୀ, ଭଟ୍ଟିମୁଣ୍ଡା,ଜରିପଡା,ସଲେପୁର,କଟକ ଯିବା ଆସିବା କରିଥାନ୍ତି । ପୋଲ ଉପରେ ପାଣି ଚାଲୁଥିବା ରୁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିବା ସହ ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ ମାନେ ଯାତାୟତ କରିପାରୁ ନାହାନ୍ତି। ବର୍ଷ ବର୍ଷ ଧରି ଅଞ୍ଚଳ ବାସୀ ଏହି ଅସୁବିଧା ରେ ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଆଶ୍ଚର୍ଯ୍ୟ କଥା ଦେଢ ବର୍ଷ ହେବ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଫଳକ ମାରି ଶିଳାନ୍ୟାସ କରିଥିଲେ ସୁଦ୍ଧା କୌଣସି କାମ କରାଗଲା ନାହିଁ । ତେବେ ଅଞ୍ଚଳ ବାସୀ ଙ୍କ ଦୁଃଖ କେବେ ଦୂର ହେବ ବୋଲି ଏବେ ପ୍ରଶ୍ନ ଉଠିଛି।