ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ସ୍ତରୀୟ ସୁରଭି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ଶିକ୍ଷା ଅଧିକାରୀ ଧୁବ ଚରଣ ଜେନା, ଜୟପୁର ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣି ମିଶ୍ର, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ତ୍ରିଲୋଚନ ପ୍ରଧାନ, ଆର୍ତ୍ତତ୍ରାଣ ମିଶ୍ର, ପ୍ରମୋଦା ଦାଶ ଯୋଗଦେଇ କାର୍ଯ୍ୟକମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୪ ଟି କ୍ଳଷ୍ଟରରୁ ୩୨୨ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥବା ବେଳେ ୮ଜଣ ଗାଇଡି ଶିକ୍ଷକ ଶିକ୍ଷୟତ୍ରୀ, ସିଆରସିସି, ଓ ବିଚାରକ ଭାବେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ପିଲାମାନଙ୍କ ମଧ୍ୟରେ ଜୁନିୟର ଓ ସିନିୟର ଦୁଇ ଭାଗ କରି ପ୍ରତିଯୋଗିତା କରାଯାଇଥିଲା । ବକ୍ତୁତା, ଏଲୁକେସନ, ଚ୍ରିତାଙ୍କନ, ସଂଗୀତ, ପ୍ରବନ୍ଦ, ହସ୍ତାକ୍ଷର, ଶ୍ରୁତିଲିଖିନ ଆଦି ପ୍ରତିଯୋଗିତା କରାଯାଇଥିଲା । ବିଶେଷ କରି ଗ୍ରୁଫ ନାଚ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିିଥିଲା । ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ, ସ୍ୱଚ୍ଛତା, ବିଦ୍ୟାଳୟର ସ୍ୱଚ୍ଛତା ଆଦି ସମ୍ପର୍କେ ସଚେତନତା ସୃଷ୍ଟି କରାଇଥିଲେ । ଉଦ୍ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ଯୋଗଦେଇ ପିଲା ମାନଙ୍କୁ ଭଲ ପାଠ ପଢ଼ିବା ସହ ଦେଶ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ଏପରିକି ଗୋଷ୍ଠୀ ସଂଗୀତ କାର୍ଯ୍ୟକ୍ରମରେ ବନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ବିଦ୍ୟାଳୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ଦେଖି ସେ ଆତ୍ମବିଭୋର ହୋଇଯାଇଥିଲେ । ପିଲାମାନଙ୍କୁ ୧ ହଜାର ଟଙ୍କା ପୁରଷ୍କାର ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ଶିକ୍ଷା ଅଧିକାରୀ , ସହ ଶିକ୍ଷା ଅଧିକାରୀ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣି ପ୍ରଧାନ ଯୋଗଦେଇ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରଷ୍କାର ବିତରଣ କରିଥିଲେ । ପତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି । ସିଆରସିସି ସୋମନାଥ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ସିଆରସିସି ଓ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି