Breaking News

ମହାଭୈରବୀ ବେଶରେ ଦର୍ଶନ ଦେଲେ ମା’ଦକ୍ଷୀଣକାଳୀ ଘଣ୍ଟ, କାହାଳୀ ଓ ମୃଦଙ୍ଗ ବାଦ୍ୟରେ ମାଙ୍କର ହେଲା ଶୋଭାଯାତ୍ରା


D Senapati
Sajhigopal
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଳାର  ସତ୍ୟବାଦୀ ଥାନା ଅନ୍ତର୍ଗତ ପ୍ରସିଦ୍ଧ ତନ୍ତ୍ରପୀଠ ଭାବରେ ବୀରଗୋବିନ୍ଦପୁର ଶାସନରେ ପୂଜିତା  ମା’ ଦକ୍ଷିଣକାଳୀ ବେଶ ପରିଚିତ । ଏଠାରେ ମା ବର୍ଷକ ଯାକ ପଟ୍ଟଚିତ୍ରରେ ପୂଜା ପାଇଥାନ୍ତି  । ବର୍ଷକୁ ଥରେ ମା ମୃଣ୍ମୟ ମୂର୍ତ୍ତି ରେ ପୂଜା ପାଇବା ସହ ମହାଭୈରବୀ ବେଶରେ ଦର୍ଶନ ଦେଇଥାନ୍ତି  ।  ରବିବାର ରାତିରେ ମା’ଙ୍କର ସମସ୍ତ ନୀତିକାନ୍ତି ସରିବା ପରେ  ମହାଭୈରବୀ ବେଶ ସେବାୟତଙ୍କ ଦ୍ୱାରା କରାଯାଇଥିଲା  । ସୋମବାର ସକାଳେ ଏହି ବେଶ ଦେଖିବା ପାଇଁ ମାଙ୍କ ପୀଠ ବା ବୀରଗୋବିନ୍ଦପୁର ଗ୍ରାମ ଗହଳି ଚହଳି ଲାଗିଥିଲା  ।   ବର୍ଷକୁ ଥରେ ମା’ ଙ୍କରଏହି ବେଶ ଦର୍ଶନ  କରିବାର ସୁଯୋଗ ମିଳିଥିବାରୁ  ହଜାର ହଜାର ଦର୍ଶକ  ଦର୍ଶନ କରିବା ସହ ମାନସିକ ପୂଜା ଅର୍ଚ୍ଚନା ଆଦି କରୁଥିବାର ଦେଖାଯାଇଥିଲା ।   ଏହି ପରିପେକ୍ଷୀରେ ପ୍ରଶାସନ ଓ ଗ୍ରାମକୋଠ ପକ୍ଷରୁ ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରାଯାଇଥିବା ବେଳେ ଗ୍ରାମ ଦାଣ୍ଡରେ ରଙ୍ଗବେରଙ୍ଗର ଉଜ୍ୱଳ ଆଲୋକ , ଆତସବାଜି  ବେଶ ଆକର୍ଷଣୀୟ ସାଜିଥିଲା  ।  ଭକ୍ତ ମାନଙ୍କର ଗମାନା ଗମନର ସୁବିଧା ପାଇଁ ବାଇପାସ ରାସ୍ତାରେ ପୋଲିସ ମୃତୟନ କରାଯାଇଥିଲା । ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ ଆଦି ବିଭାଗ ପକ୍ଷରୁ ନିଜନିଜର ଦାୟିତ୍ୱ ସମ୍ପନ୍ନ କରିଥିଲେ  ।  ଶାନ୍ତି ଶୃଙ୍କଳା ରକ୍ଷା କରିବା ପାଇଁ ସେଠାରେ ପୋଲିସ ବାହିନୀ ସଜାଗ ରହିଥିଲେ । ବୀରଗୋବିନ୍ଦପୁରରେ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଲାଗିଥିଲା  । ଗ୍ରାମ କୋଠ ପକ୍ଷରୁ ଯାତ୍ରାକୁ ସର୍ବାଙ୍ଗସୁନ୍ଦର କରିବା ପାଇଁ ଚେଷ୍ଟା ଜାରି ରହିଛି । ଗ୍ରାମ ମଧ୍ୟକୁ ଯାନବାହନ ପ୍ରଶାସନ ପକ୍ଷରୁ  ରୋକ କରାଯାଇ ଗ୍ରାମ ମୁଣ୍ଡରେ ଥିବା ପଡିଆରେ ଯାନବାହନ ରଖିବା ପାଇଁ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଇଛି ।   ରାସ୍ତାର ଦୁଇ ପାଶ୍ୱର୍ରେ ବିଭିନ୍ନ ଉଠାଦେକାନୀ ମାନେ ପସରା ଖୋଲି ବ୍ୟବସାୟ କରିଥିଲେ  । ସୋମବାର ବିଳମ୍ବିତ ରାତିରେ  ଭସାଣିଯାତ୍ରା ଅନୁଷ୍ଠିତ ହୋଇଥିଲା  । ଘଣ୍ଟ, ମାଦଳ, ବାଜା ,ବାଣ, ଫୁଲଝାଡ, ନାଗା, ଦୁର୍ଗାମେଢ ଆଦି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମା ଦକ୍ଷୀଣକାଳୀଙ୍କ ମୃଣ୍ମୟ ମୂର୍ତ୍ତି ଗ୍ରାମ ପରିକ୍ରମା କରିବା ପରେ ପାଶ୍ୱ ବର୍ତ୍ତୀ   ବୀରପ୍ରତାପୁର ଗ୍ରାମରେ ପୁଜିତା ଭଉଣୀ କାମରୂପା ଓ ସମଯାଜପୁରର ଉଗ୍ରତାରାଙ୍କ ସହିତ ମିଳିତ ହୋଇ ଚନ୍ଦନପୁର ବଜାର ଛକଠାରେ ଭକ୍ତ ମାନଙ୍କୁ ଶେଷ ଦର୍ଶନ ଦେଇ  ଭାର୍ଗବୀ ନଦୀରେ  ବିସର୍ଜନ କରାଯେଇଥିଲା  । ଏହି ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଗ୍ରାମ କୋଠର ସଭାପତି ଭିକାରୀ ନନ୍ଦ, ସମ୍ପାଦକ ଶ୍ରୀନିବାସ ମିଶ୍ର , ଭବାନୀ ଶଙ୍କର ଆଚାର୍ଯ୍ୟ, ଲୋକନାଥ ମିଶ୍ର, ଗଣେଶ୍ୱର ମିଶ୍ର, ଦୟାନିଧି ମିଶ୍ର ପ୍ରମୁଖଙ୍କ ସହ ଗ୍ରାମର ଯୁବକ ସଂଘଠନ ମାନେ ଉଦ୍ଦ୍ୟମ କରିଥିଲେ  । ବିଶେଷ କରି ଜିଲ୍ଲାପ୍ରଶାସନଓ ସତ୍ୟବାଦୀ ପୋଲିସ ପକ୍ଷରୁ ଗ୍ରାମକୋଠ ସହଯୋଗରେ ଯାତ୍ରାଟି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି   ।  
  ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି

Blog Archive

Popular Posts