ଛନ୍ଦପାଳି ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ: ବାଲ୍ୟ ବିବାହ ସଚେତନତା ଆକର୍ଷଣ ସାଜିଲା
ବରଗଡ଼----- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ପଞ୍ଚାୟତ ଛନ୍ଦପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ବିବତ୍ସ ଦାଶଙ୍କ ସଭାପତିତ୍ୱରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଅନୁଷ୍ଠିତ ବାଲ୍ୟ ବିବାହ କାର୍ଯ୍ୟକ୍ରମ ଆକର୍ଷଣୀୟ ସାଜିଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ବାହାଦୂର ସାହୁ , ଲରମ୍ଭା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶ୍ୱିନୀ କୁମାର ପଧାନ,ଟାମ୍ପରସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ,ଶିକ୍ଷକ ମନୋହର ଦାଶ,ଲରମ୍ଭା ଅରବିନ୍ଦ ବିଦ୍ୟାଳୟର ପ୍ରଧାନଚାର୍ୟ ଦିଲ୍ଲୀପ ରଣା ପ୍ରମୁଖ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମଟି କ୍ଲଷ୍ଟରର ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ପତିଯୋଗୀତା ରେ ଭାଗ ନେଇ ତାଙ୍କର କଳା ପ୍ରଦର୍ଶନ କରି କୃତି ଅର୍ଜନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କ୍ଲଷ୍ଟ ର ସି ଆର ସିସି ଅକ୍ଷୟ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ବ୍ଳକ ସ୍ତରରେ ଅଂଶଗ୍ରହଣ କରିବେ ବୋଲି ଘୋଷଣା କରାଯାଇଥିଲା । ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ