Breaking News

କାଳୀପୂଜା ପାଇଁ ଉତ୍ସବ ମୁଖର ବୀରଗୋବିନ୍ଦପୁର ଶାସନ


 D Senapati
Sakhigopal news
 ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ତନ୍ତ୍ର ପୀଠ ଭାବରେ ସତ୍ୟବାଦୀ ବ୍ଳକର  ବୀରଗୋବନ୍ଦପୁର ଶାସନରେ ପୂଜିତ  ମା ଦକ୍ଷିଣକାଳୀ ବେଶ ଜଣାଶୁଣା  ।  ଗ୍ରାମର ଶେଷ ମୁଣ୍ଡରେ  ମା ଦକ୍ଷୀଣକାଳୀ ପୂଜା ପାଇ ଆସୁଛନ୍ତି  । ବର୍ଷକୁ ଥରେ ମାଙ୍କର ମୂଣ୍ମୟ ମୂର୍ତ୍ତି କାଳୀପୂଜା ଦିନ ପୁଜା ପାଇବାର ବିଧି ରହିଛି । ମାଟିରେ ନିର୍ମିତ ଶିବଙ୍କ ମୂର୍ତ୍ତି ଉପରେ ମା  ନୃତ୍ୟ କରୁଥିବା ରୂପରେ ଦୃଶ୍ୟ ଦେଖିବାକୁ ମିଳିଥାଏ  । ରବିବାର ବିଳମ୍ବିତ ରାତିରେ କାଳୀପୂଜା ଅବସରରେ  ମାଙ୍କର ବିଭିନ୍ନ ଗୁପ୍ତ ପୂଜାନୀତି ସେବାୟତ ମାନଙ୍କ ଦ୍ୱାରା କରାଯାଇଥାଏ  । ଏଥିଯୋଗୁ  ବୀରଗୋବିନ୍ଦପୁର  ଗ୍ରାମ ଉତ୍ସବ ମୁଖର ହୋଇ ପଡିଛି ।  ଘରେ ଘରେ ବନ୍ଧୁ ବାନ୍ଧବ, ଝିଅ ଜୋଇଁଙ୍କର ଗହଳି ଆରମ୍ଭ ହୋଇଗଲାଣି  ।  ଦୁଆର ଓ ଗ୍ରାମ ଦାଣ୍ଡ ମାନଙ୍କରେ ଉଚ୍ଚ ସମ୍ପନ୍ନ ଆଲୋକ ଲାଗିଛି  । ଗ୍ରାମର ପ୍ରବେଶ ପଥରେ ମିନା ବଜାର ସହିତ ଫାଷ୍ଟଫୁଡ, ମନୋହରୀ  ଦେକାନ ମାନ ଖୋଲିଛି  ।  ମାଙ୍କ ମୂଣ୍ମୟ ମୂର୍ତ୍ତି  ରଙ୍ଗ କାର୍ଯ୍ୟ ଚାଲିଛି  । ଆଜି ମାଙ୍କର ରଙ୍ଗ କାର୍ଯ୍ୟ   ଶେଷ ହେବ  । ପରେ ପୁଜକଙ୍କ ଦ୍ୱାରା ପୀଠ ଶୋଧ କରାଯିବା ପରେ ମାଙ୍କ ମୂର୍ତ୍ତି ସିଂହାସନକୁ ବିଜେ କରାଯିବ । ତାପରେ ଘଟ  ସ୍ଥାପନ  ମାଙ୍କ ମୂଖ୍ୟ ପୂଜକ ଅଗାଧୁ ଦୀକ୍ଷିତ ପୂଜା କରିବା ପରେ ମାଙ୍କର ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା, ଉପଚାରପୂଜା ପରେ ଗୁପ୍ତ ପୂଜା କରାଯିବ । ସେ ସମୟରେ କୋଠ ତରଫରୁ ଉଖୁଡା ଭୋଗ ଲାଗି କରାଯିବ । କୋଟି ଯୋଗିନୀ ପୂଜା କରାଯିବା ପରେ ବଳୀ ଆବାହନ, ପରେ ପରେ ମାଙ୍କର ବିସର୍ଜନ ହୋମ କରାଯିବ  । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଶୁଖିଲି ବିରି ପୀଠା ମାଙ୍କୁ ସମର୍ପଣ କରାଯିବ  । ସୋମବାର ସକାଳେ ସାହାଣ ମେଲା ଦର୍ଶନ ଆରମ୍ଭ ହେବ  । ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମାଙ୍କୁ ଦର୍ଶନ କରିବେ  । ସେଥିଯୋଗୁ ଅସ୍ଥାୟୀ ବ୍ୟାରିକେଡ ନିର୍ମାଣ କରାଯାଇଛି । ବିଳମ୍ବିତ ରାତିରେ ମାଙ୍କୁ ଏକ ବିରାଟ ସଲଟନରେ ଘଣ୍ଟ, ଘଣ୍ଟା, କାହାଳୀ ବାଜା ବାଣ ବଜାଇ , ଛତି ତ୍ରାସ ସହିତ ଚନ୍ଦନପୁର ଠାରେ ଭାର୍ଗବୀ ନଦୀରେ ବିସର୍ଜନ ପାଇଁ ନିଆଯିବ । ଏହି ପରୀପେକ୍ଷୀରେ ବୀରଗୋବିନ୍ଦ ପୁରରେ  ଆଲୋକ ସଜା, ପରିମଳ, ପାନୀୟଜଳ, ସ୍ୱାସ୍ଥ୍ୟ ଶିବିର , ଅଗ୍ନିଶମ ସହିତ ପୋଲିସ ବାହିନୀ ପକ୍ଷରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ଦେଖି ପୁରୀ ଏସପିଙ୍କ ତତ୍ୱବଧାନରେ ଚାରି ଜଣ ଡି.ଏସ.ପି , ଉନିସିପେକ୍ଟର ୭ ଜଣ, ଏସଆଇ ଓ ଏଏସଆଇ ୨୩ ଜଣ, ହାବିଲଦାର ୨ ଜଣ, ଟ୍ରାଫିକ କନେଷ୍ଟବଳ ୫ଜଣ, କନେଷ୍ଟବଳ ୨୦ ଜଣ ହୋମଗାର୍ଡ ୮୨ ଜଣ ସହିତ ୫ ପ୍ଳାଟୁର୍ନ ଫୋର୍ସ ରବିବାର ରାତିରୁ ସଜାଗ ରହିବେ ବୋଲି ସତ୍ୟବାଦୀ ଥାନା ସୁତ୍ରରୁ ପ୍ରକାଶ  । ଏସଡିପିଓ ଦେବଦତ୍ତ ବରାଳ ଓ ସତ୍ୟବାଦୀ ଥାନା ଆଇଆଇସି ଶକୁନ୍ତଳା ପତି ଉପସ୍ଥିତ ରହିବେ ।  ମନ୍ଦିର ଚାରିପାଖରେ ଭୋଗ , ଦୀପ, ଫୁଲ ଦେକାନ ମାନ ଖୋଲିଛି ।  । ଏହି ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଗ୍ରାମ କୋଠର ସଭାପତି ଭିକାରୀ ଚରଣ ନନ୍ଦ, ସମ୍ପାଦକ ଶ୍ରୀନିବାସ ମିଶ୍ର ନାରାୟଣ ଆଚାର୍ଯ୍ୟ , ଆଦିତ୍ୟ ପ୍ରସାଦ ନନ୍ଦ, ବୈକୁ୍ଣ୍ଠ ନନ୍ଦ, ନୀଳକଣ୍ଠ ମହାପାତ୍ର, ରଜତ କୁମାର ନନ୍ଦ  ପ୍ରମୁଖଙ୍କ ସହ ଗ୍ରାମର ଯୁବକ ସଂଘ ପକ୍ଷରୁ  ଉଦ୍ଦ୍ୟମ ରହିଛି   । ମନ୍ଦିର ରଙ୍ଗ ବେରଙ୍ଗର ôଫୁଲ ଓ ଆଲୋକରେ ସଜା ଯାଇଛି  ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ନାଥ ସେନାପତି

Blog Archive

Popular Posts