Breaking News

ଘର ଭଙ୍ଗା ସହାୟତା ଯୋଗାଣରେ ଅନିୟମିତତା ; ହିତାଧିକାରୀ ମାନେ ଘେରିଲେ ତହସିଲ


 D Senapati
Sakhigopal
 ସାକ୍ଷୀଗୋପାଳ ----  ସତ୍ୟବାଦୀର ଆଞ୍ଚଳିକ କୃଷକ ସଂଗଠନର ତଥା  ବିଶ୍ୱନାଥପୁର ଗ୍ରାମର ପୂର୍ବତନ ସରପଞ୍ଚ କୌଳାଶ ଚନ୍ଦ୍ର ବରାଳଙ୍କ ନେତ୍ୱତୃରେ ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକମାନେ ବୁଧବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ  । ସୁଚନାଯୋଗ୍ୟ ଯେ ଗତ ବାତ୍ୟାରେ ଭାଙ୍ଗି ଯାଇଥିବା ଗରିବ ଅସହାୟ ଲୋକଙ୍କ ନାମ ଘରଭଙ୍ଗା ତାଳିକାରେ ନାହିଁ  । ଯେଉଁମାନଙ୍କର କୋଠାଘର ସେମାନଙ୍କ ନାମ  ଘରଭଙ୍ଗା ସାହାର୍ଯ୍ୟ ମିଳିଛି ବୋଲି ଲୋକମାନେ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ  ।  ଆଜି ଶତାଧିକ ଲୋକମାନେ ଏ ସମ୍ପର୍କରେ ବୁଝିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଆସିଥିବା ବେଳେକାର୍ଯ୍ୟାଳୟରେ ଅଧିକାରୀ ମାନେ କେହି ନ ଥିବାରୁ ଲୋକମାନେ ଉତ୍ତେଜିତ ହୋଇ   ଜାତୀୟ ରାଜପଥ ୩୧୬ ଅବରୋଧ କରିବା ପାଇଁ ଉଦ୍ଦ୍ୟମ କରୁଥିଲେ  । ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି  ଶକୁନ୍ତଳା ପତି  ସେଠାରେ ପହଞ୍ଚି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ସହ ତହସିଲଦାରଙ୍କୁ ଡକାଇ ଲୋକମାନଙ୍କ ସହିତ ଆଲେଚନା କରାଇଥିଲେ  । ମାତ୍ର ତହସିଲଦାର ଓ ଅତିରିକ୍ତ ତହସିଲଦାର ସମସ୍ତେ ମଠସାହିରେ ଏକ ମଠଜମି ଉଜ୍ଝେଦ କାର୍ଯ୍ୟାରେ ବ୍ୟସ୍ତ ରହିଥିଲେ  ।   ଖବର ପାଇ ଉଛେଦ ସ୍ଥାନରୁ ତହସିଲଦାର କସ୍ତୁରୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି ।  ନିୟମ ଅନୁଯାୟୀ ସମସ୍ତଙ୍କୁ ସରକାରୀ ସାହାର୍ଯ୍ୟ ମିଳିବ ବୋଲି କହିଥିଲେ  । ଯେଉଁମାନଙ୍କର ଘରଭଙ୍ଗା ତାଲିକାରେ ନାମ ନାହିଁ ସେମାନେ ଦରଖାସ୍ତ ଓ ଆଧାର କାର୍ଡ ଦେବା ପାଇଁ କହିବା ପରେ ଲୋକମାନେ ଶାନ୍ତ ପଡିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts