ଖରା ଦିନ ଆରମ୍ଭରୁ ବରକେରା ଗ୍ରାମରେ ନଳକୂପ ଅଚଳ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ସବୁଠାରୁ ଖାଲୁଆ ଅଞ୍ଚଳ ଭାବେ ବେଶ ପରିଚିତ ମୁନିଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ । ମାଡି ଆସୁଛି ଖରା, ଲୋକମାନେ ଡହଲ ବିକଲ ହେଲେଣି ପାଣି ପାଇଁ । ନାଳ , ପୋରଖୀ, ଗଡିଆ ଶୁଖିବାକୁ ବସିଲାଣି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଖରାପ ହୋଉଥିବା ନଳକୁପ ଗୁଡିକ ତୁରନ୍ତ ମରାମତି କରିବା ପାଇଁ । ବରକେରା ଗ୍ରାମରେ ଆଜକୁ ପ୍ରାୟ ୬ ଦିନ ହେବ ନଳକୂପ ଅଚଳ ହୋଇ ପଡିଛି । ଏହି ନଳକୂପ ଉପରେ ପ୍ରାୟ ୭ଶହ ଲୋକମାନେ ନିର୍ଭର କରିଥାନ୍ତି । ଗ୍ରାମବାସୀ ମାନଙ୍କ ପକ୍ଷରୁ ବ୍ଳକରେ ଥିବା ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ଠାରୁ ବଡିଓଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଖରାପ ହୋଇଥବା ନଳକୂପ ଯଦି ମରାମତି ନ ହୁଏ ତାହେଲେ ଗ୍ରାମବାସୀ ମାନେ ଘରା ବାଲିଟି ସହ ମହିଳା ପୁରଷ ମାନେ ରାଜରାସ୍ତାକୁ ଓହ୍ଳାଇବାକୁ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି