Breaking News

ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

 ଡେଲାଙ୍ଗ --- ଡେଲାଙ୍ଗ ବ୍ଳକର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  । ସରକାରଙ୍କ କ୍ୟାଲେଣ୍ଡରରେ ଯେତେ ପର୍ବ ପର୍ବାଣୀ ଠାରୁ ବିଭିନ୍ନ ଜୟନ୍ତୀ, ଅଗଷ୍ଟ ବନ୍ଦର, ଜାନୁୟାରୀ ୨୬ , ଉତ୍କଳ ଦିବସ ଆଦି ପାଳନ କ୍ଷେତ୍ରରେ ଉକ୍ତ ବିଦ୍ୟାଳୟ ସମସ୍ତ ଶିକ୍ଷା ଅନୁଷ୍ଠାନଙ୍କ ମଧ୍ୟରେ ଆଗରେ  ।  ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପିଲାଙ୍କୁ ପାଠ ପଢ଼ାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଇ ସାମାଜିକ ଜ୍ଞାନ ଦେବାକୁ ଭୁଲିନଥାନ୍ତି  । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଶିକ୍ଷକ ମିଟୁ କିଶୋର ପ୍ରଧାନ, ପର୍ଶୁରାମ ସାହୁ, ସୁଧିର କୁମାର ଜେନା, ବିରଞ୍ଚି ନାରାୟଣ ବରାଳ, ପୁରୁଷୋତ୍ତମ ନାୟକ ଓଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ ଯୋଗଦେଇ ଉତ୍କଳ ଦିବସ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଣୀୟ କଥା କହିଥିଲେ  । ସେହିପରି ବିଭିନ୍ନ ବିଦ୍ୟାଳୟ ଗାନଙ୍କରେ ଉତ୍କଳ ଦିବସ ପାଳିତ ହୋଇଯାଇଛି  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts